ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି(କ)ପଞ୍ଚାୟତ ଦେବଙ୍ଗ ଓ ମାଲିଶିରା ପଞ୍ଚାୟତ ସଦର ଗ୍ରାମ ସମେତ ବ୍ଲକର ବିଭିନ୍ନ ଗ୍ରାମରେ ମାଣବସା ଲକ୍ଷ୍ମୀପୂଜା ପାଇଁ ବୁଧବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଦେବଙ୍ଗ ଗ୍ରାମରେ ୩୭ତମ ମାଣବସା ଲକ୍ଷ୍ମୀପୂଜା ଶୁଭାରମ୍ଭ ହୋଇଯାଇଛି । ବୁଧବାର ସନ୍ଧ୍ୟା ୫’ଟାରେ ଗ୍ରାମର ଶତାଧିକ ମହିଳାମାନଙ୍କ ଦ୍ଵାରା କଳସଯାତ୍ରା ହେବାସହ ଆସନ୍ତାକାଲି ମା’ଙ୍କ ପୂଜା ମହାସମାରୋହରେ ପାଳନ ହେବା ପାଇଁ ସ୍ଥିରୀକୃତ ହୋଇଛି । ପୂଜା କର୍ତ୍ତା ରୂପେ ରମେଶ ନେଓରା ଓ ତାଙ୍କ ସହଧର୍ମିଣୀ ସୁଜାତା ନେଓରା, ପୂଜକ ଭାବେ ଚମାର ଦାସ କାର୍ଯ୍ୟ ଭାର ତୁଳାଉଛନ୍ତି । ଏହି ପୂଜା ପାଞ୍ଚଦିନ ଯାଏଁ ଚାଲିବ ବୋଲି କମିଟି ସଭାପତି ରାଜେନ୍ଦ୍ର ଭୋଇ ସୂଚନା ଦେଇଛନ୍ତି । ପୂଜାରେ କମିଟି ଉପସଭାପତି ବସନ୍ତ ଭୋଇ, ସମ୍ପାଦକ ଆଶିଷ ନେଓରା, କୋଷାଧ୍ୟକ୍ଷ ମୋହନ ନେଓରା, ଉପଦେଷ୍ଟା କମିଟିର ସୁରେଶ ନେଓରା, ଅକ୍ଷୟ ଭୋଇ, କୃପାସିନ୍ଧୁ ଭୋଇ, ଈଶ୍ୱର ଭୋଇ, ଗୁପ୍ତେଶ୍ୱର ଭୋଇ, କମିଟି ସଦସ୍ୟ ସିରାଜ ମହମ୍ମଦ, ସହିଦ ମହମ୍ମଦ, ମୁକେଶ ନେଓରା, ଲୁକେଶ୍ୱର ଭୋଇ, ଦିବ୍ୟସିଂ ଭୋଇ, ଅର୍ଣ୍ଣବ ସାହଡା, ବିକାଶ ନେଓରା, ଜଗବନ୍ଧୁ ଭୋଇ, ଗୋପବନ୍ଧୁ ଭୋଇ, ଦିଲ୍ଲୀପ ନେଓରା, ପ୍ରଦୀପ ନେଓରା, ଆଲୋକ ସାହାଡ଼ା, ଚୂଡ଼ାମଣି ଭୋଇ, ନୌତିକ ନେଓରା, ରୁଦ୍ରସିଂ ଭୋଇ, ଜୟଚନ୍ଦ୍ର ଭୋଇ, ରାଜେଶ ନେଓରା, ସରୋଜ ନେଓରା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ମୁରିବାହାଲ ବ୍ଲକ ମାଲିଶିରା ଗ୍ରାମ ମାଲିଶିରା(ଯାନୀପଡା) ଠାରେ ମା’ ମହାଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ୧୩ତମ ମା’ ମହାଲକ୍ଷ୍ମୀ ପୂଜା ପାଇଁ ଆଜି ମହାଆଡମ୍ବର ସହିତ କଳସଯାତ୍ରା ଅନୁଷ୍ଠିତ ହୋଇଛି । ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସାମୁହିକ ଭାବରେ ମା’ ମହାଲକ୍ଷ୍ମୀ ପୂଜା କମିଟି ମାଲିଶିରା (ଯାନୀପଡା)ରେ ଆୟୋଜନ ହୋଇଥିବା ଏହି କଳସ ଯାତ୍ରାରେ ଗାଁର ସମସ୍ତ ମା’ମାନେ ଭକ୍ତି ଭାବରେ କଳସ ଧରି ନିକଟସ୍ଥ ପୋଖରୀକୁ ଯାଇ ପାଣି ଆଣିଥିଲେ । ଏହି କଳସ ଯାତ୍ରା ଆରମ୍ଭରେ ନଗର ପରିଭ୍ରମଣ ତଥା ସାଂସ୍କୃତିକ ଦଳ, ସଙ୍କୀର୍ତ୍ତନ ଦଳ ସାମିଲ ହୋଇ ଗାଁ ପରିବେଶକୁ ଧାର୍ମିକ ରସରେ ଭରି ଦେଇଥିଲେ । ପୂଜା କମିଟି ସୂଚନା ଅନୁସାରେ ୩ ଡିସେମ୍ବରରେ ବୁଧବାରରେ କଳସ ଯାତ୍ରା, ୪ ଡିସେମ୍ବରରେ ପୂଜା ଆରମ୍ଭ ଓ ୫ ଡିସେମ୍ବରରେ ପୂର୍ଣ୍ଣାହୂତିର କାର୍ଯ୍ୟକ୍ରମ ରହିଥିବା ବେଳେ ପୂଜାର ପ୍ରତିଦିନ ସନ୍ଧ୍ୟାରେ ମା’ଙ୍କର ସନ୍ଧ୍ୟା ଆଳତୀ ସହିତ ଭୋଗ ପ୍ରସାଦର ବ୍ୟବସ୍ଥା ରହିଛି । ଏଥିରେ ମୁଖ୍ୟ କର୍ତ୍ତା ଭାବରେ ଗାଁର ଅମର ଯାନୀ ଓ ତାଙ୍କ ଧର୍ମପତ୍ନୀ ଅଞ୍ଜଳି ଯାନୀଙ୍କ ନେତୃତ୍ୱରେ ଏ ବର୍ଷର ପୂଜା ବ୍ୟବସ୍ଥା ଶ୍ରେଷ୍ଠ ଭାବରେ କରାଯାଇଛି ।