oom

ଓଏସ୍‌ଇବି ଏମ୍ପୋଇଜ ୟୁନିୟନ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସରେ ଶୋଭାଯାତ୍ରା ଓ ସଭା ଅନୁଷ୍ଠିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଏଏସ୍‌ଇବି ଏମ୍ପୋଇଜ ୟୁନିୟନ ରାଉରକେଲା ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ଆଜି ମହା ସମାରୋହରେ ଉଦିତ ନଗର ସ୍ଥିତ ସଂଘ କାର୍ଯ୍ୟାଳୟ ସମ୍ମୁଖରେ ପାଳନ କରାଯାଇଛି । ଶ୍ରମିକ ଓ କର୍ମଚାରୀ ମାନଙ୍କ ଏକ ବିଶାଳ ଶୋଭାଯାତ୍ରା ସଂଘ କାର୍ଯ୍ୟାଳୟ ଠାରୁ ବାହାରି ଉଦିତ ନଗର ପରିକ୍ରମା କରିବା ପରେ ଶ୍ରମିକ ସମାବେଶ ସଂଘର ସଭାପତି ହରିହର ବେହେରାଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶ୍ରମିକ ସମାବେଶରେ ରାଉରକେଲା ବିଧାୟକ ଶାରଦା ପ୍ରସନ୍ନ ନାୟକ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଭାବରେ ସିଆଇଟିୟୁ ରାଜ୍ୟ ଉପସଭାପତି ବିମାନ ମାଇତି, ଅନ୍ୟତମ ବକ୍ତା ଭାବରେ ଏଡଭୋକେଟ ରାଜ କିଶୋର ପ୍ରଧାନ ପ୍ରମୁଖ ଯୋଗଦେଇ ଦେଶରେ ଆଗାମୀ ଦିନରେ ଶ୍ରମିକ ଶ୍ରେଣୀ ସମ୍ମୁଖୀନ ହେବାକୁ ଥିବା ଚ୍ୟାଲେଞ୍ଜକୁ ପ୍ରତିହତ କରିବା ପାଇଁ ଶ୍ରମିକ ଶ୍ରେଣୀ ଐକ୍ୟବଦ୍ଧ ଆନ୍ଦୋଳନକୁ ତୀବ୍ର କରିବା ପାଇଁ ଆହ୍ୱାନ କରିଥିଲେ । ଦେଶର ଶ୍ରମିକ ଶ୍ରେଣୀ ରକ୍ତକ୍ଷୟୀ ସଂଗ୍ରାମ କରି ଯେଉଁ ଆଇନ୍ ଗୁଡ଼ିକ ନିଜ ସ୍ଵାର୍ଥରେ କରିପାରିଥିଲା ତାହାକୁ ମୋଦୀ ସରକାର ସଂପୂର୍ଣ୍ଣ ଭାବରେ ଅଚଳ କରି ଶ୍ରମିକ ଶ୍ରେଣୀକୁ କ୍ରୀତଦାସ କରିଦେବାକୁ ସମସ୍ତ ପ୍ରକାର ଚକ୍ରାନ୍ତ କରିଛନ୍ତି, ଯାହା ବିରୁଦ୍ଧରେ ଦେଶର ଶ୍ରମିକ ଶ୍ରେଣୀ ଏକଜୁଟ ହୋଇ ପ୍ରତିବାଦ କରିବା ଜରୁରୀ ବୋଲି କହିଥିଲେ । ଏହି ଶ୍ରମିକ ସମାବେଶରେ ସଂଘର ସାଧାରଣ ସମ୍ପାଦକ ସନ୍ତୋଷ ସାହୁ, ଉପ ସଭାପତି ବିଜୟ ପ୍ରଧାନ, କପିଳ ପୃଷ୍ଟି, ମୌସୁମ ଦାସ, ଆନନ୍ଦ କୁମାର ଗିରି, ପ୍ରଦୀପ ଭୋଳ ପ୍ରମୁଖ ବକ୍ତବ୍ୟ ରଖି ୟୁନିୟନ ଶ୍ରମିକ ମାନଙ୍କ ସ୍ଵାର୍ଥ ରକ୍ଷା ଲାଗି ସର୍ବଦା କାର୍ଯ୍ୟ ଜାରି ରଖିବାକୁ କହିଥିଲେ । ସଂଘର କର୍ମକର୍ତ୍ତା ଆକୁଳି ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

jittmm
Leave A Reply

Your email address will not be published.