jayashree

ସ୍ନାତକ ଡିଗ୍ରୀ ଧାରି ଯୁବକ ମାଟି କାମ କରି ପରିବାର ପୋଷଣ କରୁଛନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ଗ୍ରାମପଞ୍ଚାୟତର ଅଧିନରେ ଥିବା ଯୁବାଖୋଲ ଗ୍ରାମରେ ଗୋଟିଏ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିକ୍ଷିତ ଡିଗ୍ରି ଧାରି ଯୁବକ
ଆଶିଷ ଜ୍ୟୋତିଷ ସ୍ନାତକ ଡିଗ୍ରୀ ହାସଲ କରି ସରକାରୀ ନିଯୁକ୍ତିରେ ସପ୍ନ ଦେଖୁଥିବା ଓ ରୋଜଗାର କରି ପରିବାର ପୋଷଣ ପାଇଁ ସେ ଅନ୍ୟ ଉପାୟ ନ ପାଇ ସେ ଏବେ ମନରେଗାରେ ମାଟି କାମ କରୁଥିବା ଦେଖିବାକୁ ମିଲିଛି । ଲକଡାଉନ ସମୟରେ ଘରେ ବସି ରହିବା ଅପେକ୍ଷା ତାଙ୍କର ବୃଦ୍ଧ ବାପା ମା’ର ପୋଷଣ ପାଇଁ ସେ ମାଟି କାମ କରି ଯାଉଥିବା ଦେଖିବାକୁ ମିଳିଛି । ଡିଗ୍ରୀ କୌଣସି କାମରେ ଆସୁନି ଯେଉଥି ପାଇଁ କି ସେ ଆଜି ମାଟି କାମ କରି ଯାଉଛନ୍ତି । ବର୍ତ୍ତମାନ ଓଡ଼ିଶା ସରକାର ଏପରି ଶିକ୍ଷିତ ଡିଗ୍ରୀ ଧାରି ମାନଙ୍କ ପାଇଁ ନାନା ଯୋଜନା କରି ନିଯୁକ୍ତି ଦେଉଥିବା କଥା ଡିଂଡିମ ପିଟୁଛନ୍ତି କେବଳ ବଡ ବଡ ଅଧିକାରୀ ମାନଙ୍କ କାଗଜ ତଳେ କେବଳ ଚାପି ହୋଇ ରହିଯାଉଛି । କିନ୍ତୁ ସତ୍ୟ କଥା ବହୁତ୍ ଅଲଗା, ତେଣୁ ତୁରନ୍ତ ଏପରି ଶିକ୍ଷିତ ଯୁବକମାନଙ୍କୁ ସରକାର ସାହାଯ୍ୟ କରିବା ପାଇଁ ଅଂଚଳବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.