jayashree

ଭାଷା ପ୍ରତିଷ୍ଠାନ ଓ ଭାଷା ସୁରକ୍ଷା ସଂସ୍ଥାନ ବ୍ରହ୍ମପୁର ଶାଖାର ମିଳିତ ଆନୁକୂଲ୍ୟରେ ପୋଥିପୁରୁଷ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ସ୍ମୃତିଚାରଣ ସଭା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ଉତ୍କଳ ଆଶ୍ରମ ପରିସର ମଧ୍ୟରେ ଭାଷା ପ୍ରତିଷ୍ଠାନ (ପୋଲସରା) ଓ ଭାଷା ସୁରକ୍ଷା ସଂସ୍ଥାନ ବ୍ରହ୍ମପୁର ଶାଖାର ମିଳିତ ଆନୁକୂଲ୍ୟରେ ପୋଥିପୁରୁଷ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ସ୍ମୃତିଚାରଣ ସଭା ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଭାଷା ପ୍ରତିଷ୍ଠାନ (ପୋଲସରା)ର ଆବାହକ ଅଧ୍ୟାପକ ଜୟକୃଷ୍ଣ ଗୌଡ଼ ସଂଚାଳନ କରିଥିଲେ । ଏଥିରେ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମ ମେୟର ସଂଘମିତ୍ରା ଦଳେଇ, ମେଜର ରମାରମଣ ପାଢ଼ୀ, କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ଡ଼. ବନମାଳି ପାଣିଗ୍ରାହୀ, ଡ଼. ସିଦ୍ଧାର୍ଥ ଶଙ୍କର ପାଢ଼ୀ, ଡ଼. ଶରତ ଚନ୍ଦ୍ର ଜେନା, ଡ଼. କୁଳମଣି ଓଝା ପ୍ରମୁଖ ଯୋଗଦେଇ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ପ୍ରଚଣ୍ଡ ପ୍ରତିଭା ସମ୍ପର୍କରେ ଆଲୋଚନା କରିବା ସହ ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟର ଅପୂରଣୀୟ କ୍ଷତି ଘଟିଲା ବୋଲି କହିଥିଲେ । ଏହି ଅବସରରେ ପ୍ରଫେସର ଆଚାର୍ଯ୍ୟଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ ପୂର୍ବକ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହା ସହ ତାଙ୍କ ସ୍ମୃତିରେ ଶିକ୍ଷାବିତ୍‌ ଡ଼. ସରୋଜ କାନ୍ତ ରଥ, ଅଧ୍ୟାପିକା ଉଷାରାଣୀ ବ୍ରହ୍ମା, ସାହିତ୍ୟିକା ସଂହିତା ମହାନ୍ତି, ଶିଳ୍ପୀ ସତ୍ୟ ମହାରଣା, ପଦ୍ମାଳୟା ମହାରଣା, ରୂପଶ୍ରୀ ରାଇରଞ୍ଜନ ନନ୍ଦ, ଶିବରାମ ସାହୁ, ଭାବାନନ୍ଦ ପଟ୍ଟନାୟକ, ଭିକାରୀ ଚରଣ ମହାପାତ୍ର, ଡ଼. କାହ୍ନୁ ଚରଣ ସାହୁ, ରବିନ୍ଦ୍ର କୁମାର ନାୟକ, ନଳିନୀକାନ୍ତ ଗୌଡ଼, ଇଂ. ମାନସ ରଞ୍ଜନ ତ୍ରିପାଠୀ, ରଂଜିତ କୁମାର ନନ୍ଦ, ସୁଶାନ୍ତ କର ପ୍ରମୁଖ ବ୍ୟକ୍ତି ବିଶେଷଙ୍କୁ ସୁଦର୍ଶନ ଆଚାର୍ଯ୍ୟ ସ୍ମୃତି ସମ୍ମାନ ପ୍ରଦାନ ପୂର୍ବକ ଉତ୍ତୀରୟ ପ୍ରଦାନ କରାଯାଇଥିଲା । ଶେଷରେ ରାଜେନ୍ଦ୍ର ପ୍ରସାଦ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.