oom

ସ୍ୱର୍ଗତ ଶିକ୍ଷାବିତଙ୍କ ଦ୍ୱାଦଶରେ ସ୍ମୃତିସଭା

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ହାଇସ୍କୁଲର ଅବସରପ୍ରାପ୍ତ ଏନ୍‌ସିସି ଶିକ୍ଷକ ସ୍ୱର୍ଗତ ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ଦ୍ୱାଦଶାହ ଦିବସରରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରମ୍ଭା ହାଇସ୍କୁଲର ଛାତ୍ରମାନେ ରମ୍ଭା ସହର ଓ ସୁବଳୟା ଗ୍ରାମରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ପରିକ୍ରମା କରି ସୃତି ମଣ୍ଡପରେ ସ୍ୱାଲ୍ୟୁଟ କରିବା ସହ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ୱର୍ଗତ ଶିକ୍ଷାବିତ୍‌ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବାନାମ୍ବର ପଳାଇଙ୍କ ସଭାପତିତ୍ୱରେ ବିରାଟ ସ୍ମୃତିସଭାରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରତିନିଧି ସୁରଥ ପାହାନ, ପୂର୍ବତନ ବିଧାୟକ ଏନ.ନାରାୟଣ ରେଡ୍ଡୀ, ଗଞ୍ଜାମ ନାଭାଲ ବିଙ୍ଗ କମାଣ୍ଡିଙ୍ଗ ଅଫିସର କିଶୋର ଚନ୍ଦ୍ର ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ଶିକ୍ଷାବିତଙ୍କ ବାଲ୍ୟବନ୍ଧୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ବାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁଧିର କୁମାର ବିଶ୍ବାଳ, ରମ୍ଭା ହାଇସ୍କୁଲ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମହାରଣା, ଶିକ୍ଷକ ଜବାହରଲାଲ ନାୟକ, ସରପଞ୍ଚ ସବିତା ବିଶ୍ୱାଳ, ଶୁଶାନ୍ତ ବିଶ୍ବାଳ ପ୍ରମୁଖଙ୍କ ସହ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଯୋଗଦେଇ ସ୍ୱର୍ଗତ ସ୍ୱାଇଁଙ୍କ ଛାତ୍ର ବତ୍ସାଳତାକୁ ଓ ମେଳାପୀ ସ୍ୱଭାବକୁ ଭୁୟସୀ ପ୍ରସଂଶା କରିଥିଲେ । ସ୍ୱର୍ଗତ ସ୍ୱାଇଁଙ୍କ ପତ୍ନୀ ଓ ଦୁଇପୁତ୍ର ସିନୁ, ବିଜୁଙ୍କୁ ସମବେଦନା ଜଣାଇବାକୁ ଯାଇ ଅତିଥିମାନେ ଧର୍ଯ୍ୟର ସହ ସମୟର ମୁକାବିଲା କରିବାକୁ ଆହ୍ୱାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ରୋହିତ କୁମାର ସାହୁ ସଂଯୋଜନା କରିଥିଲେ । ପ୍ରେସ, ରଞ୍ଜନ, ଲୁନା, ପିଣ୍ଟୁ, ରୂପକ, ସୁନୀଲ, ଅଶ୍ବିନୀ ଏବଂ ସୁବଳୟା ଗ୍ରାମବାସୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.