oom

ଜ୍ୟୋତିରଂଜନ ପାଣିଗ୍ରାହୀଙ୍କ ସ୍ମୃତିରେ …

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ବର୍ଗତ ଜ୍ୟୋତିରଂଜନ ପାଣିଗ୍ରାହୀଙ୍କ ସାଙ୍ଗ ସାଥୀମାନେ ସବୁ ବର୍ଷ ପରି ଭୋଜି ଭାତ ନ କରି ଏଥର ତାଙ୍କ ସ୍ମୃତିରେ ସଦର ବ୍ଲକ ବାରପୁଡୁଗିଆ ଗ୍ରାମରେ ଗରିବ ଅସହାୟ ଲୋକମାନଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ସହ ଔଷଧ ବଣ୍ଟନ କରିଥିଲେ । ଏହି ଅବସରରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଲୋକେ ସ୍ବାସ୍ଥ୍ୟ ସେବା ନେଇଥିବା ବେଳେ ୮୦ ଜଣଙ୍କ କରୋନା ଟେଷ୍ଟ କରାଯାଇଥିଲା । ବ୍ଲଡ଼ ପ୍ରେସର୍, ସୁଗର ଟେଷ୍ଟ ମଧ୍ୟ କରାଯାଇଥିଲା । ସମ୍ମାନନୀୟ ମୁଖ୍ୟ ଅତିଥି ଆଇନଜ୍ଞ ଅମରେନ୍ଦ୍ର ମିଶ୍ର, ନୀଳାଦ୍ରି ବିହାରୀ ମିଶ୍ର ଉଦ୍ଘାଟନ କରି ଜ୍ୟୋତିର ଆଦର୍ଶରେ ଅନୁପ୍ରାଣିତ ହୋଇ ସେବାମୂଳକ କାର୍ୟ୍ୟ ଜାରି ରଖିବାକୁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଚୁଡ଼ାପାଲି ସିଏଚ୍‌ସି ମୁଖ୍ୟ ତରୁଣ କୁମାର ଭୋଇଙ୍କୁ କରୋନା ଯୋଦ୍ଧା ସମ୍ମାନ ଦିଆଯାଇଥିଲା ଏବଂ ତାଙ୍କ ତତ୍ତ୍ୱାବଧାନରେ ଡ଼ା ପ୍ରକାଶ କୁମାର ଦାସ, ଡ଼ା ଅଶୋକ ସାହୁ, ଡ଼ା ଗଜାନନ ପଟେଲ, ଫାର୍ମାସିଷ୍ଟ ସଂଘମିତ୍ରା ଯୋଶୀ, ନର୍ସ ସଂଯୁକ୍ତା ମିଶ୍ର, ବର୍ଷାରାଣୀ ସାହୁ, କରୋନା ଟେଷ୍ଟ ସ୍ବାସ୍ଥ୍ୟକର୍ମୀ ଶାନ୍ତନୁ ଠାକୁର, ରାଜୀବ ଗଡତ୍ୟା ନିଷ୍ଠାର ସହ ସେବା କରିଥିଲେ । ସମ୍ମାନନୀୟ ନିମାଇଁ ଚରଣ ପାଣିଗ୍ରାହୀଙ୍କ ପ୍ରେରଣାରେ ସିଦ୍ଧଶ୍ରମ ସେବା ପ୍ରତିଷ୍ଠାନ ଓ ଜ୍ୟୋତିରଂଜନ ସ୍ମୃତି କମିଟି ଅଧ୍ୟକ୍ଷ ସମାଜସେବୀ ଜୟକୃଷ୍ଣ ମିଶ୍ରଙ୍କ ଆହ୍ବାନରେ ଚୈତନ୍ୟ ସା, ସ୍ମୃତି ରଞ୍ଜନ ଦାସ, ସଦାନନ୍ଦ ମହଲା, ବିଜୟ ମହଲା, ଲବ ନାଗ, ବିବେକ ବୁଡେକ୍, ସଞ୍ଜୟ ନାୟକ, ସୁଧୀର ବିଶି, ସରୋଜ ମେହେର, ଜଗନ୍ନାଥ ସାହୁ, ସୁଶିଲ ବେହେରା, ଅକ୍ଷୟ ଘିଭେଲା ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.