centurian jitm

ସାମ୍ବାଦିକ ସଂଘ ତରଫରୁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିରେ ସଂଗ୍ରାମୀ ସ୍ମୃତି ବନ ପ୍ରତିଷ୍ଠା

nschool

ବରଗଡ଼, (ନିରୋଜ କୁମାର ପାଣୀ) : ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ବରଗଡ଼ ସାମ୍ବାଦିକ ସଂଘ ତରଫରୁ ଏକ ଅଭିନବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ଜିଲ୍ଲାର ୧୫୩ ଜଣ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସଂଗ୍ରାମୀ ସ୍ମୃତି ବନ ପ୍ରତିଷ୍ଠା କରାଯାଇଛି । ଏଥିରେ ମୁଖ୍ୟଅତିଥି ଭାବରେ ବରଗଡ଼ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଏବଂ ଅନ୍ୟତମ ଅତିଥି ଭାବରେ ଆରକ୍ଷୀ ଅଧିକ୍ଷକ ପରମାତ ସ୍ମିତ ପୁରୁଷୋତ୍ତମ ଦାସ, ବନ ବିଭାଗର ଏ.ସି.ଏଫ.ରାଜେନ୍ଦ୍ର ଗୋଛୟତ, ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇଙ୍କ ସମେତ ବହୁ ବରିଷ୍ଠ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସାମ୍ବାଦିକ ସଙ୍ଘର ସଭାପତି ଶଙ୍କର ବଲ୍ଲଭ ମିଶ୍ରଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିବା ବେଳେ ସମସ୍ତ କର୍ମକର୍ତ୍ତା ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଜିଲ୍ଲାରେ ଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଦାୟାଦମାନଙ୍କ ଦ୍ୱାରା ସଂଗ୍ରାମୀ ପୀଠ ମାନଙ୍କଠାରୁ ପବିତ୍ର ମାଟି ଆଣି ବୃକ୍ଷ ରୋପଣ କରାଯାଇ ସଂଗ୍ରାମୀ ସୃତି ବନ ଭାବରେ ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.