jayashree

ଦେଓଗାଁ ବ୍ଲକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା : ୩ୟ ଦିନରେ ୯ଟି ପଞ୍ଚାୟତରେ ୮୫୧୬ ଜଣଙ୍କୁ ପ୍ରଦାନ କରାଗଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ଼

  • ମୋଟ ବ୍ଲକରେ ପାଇଲେ ୨୭ହଜାର ୧୭୧ ଜଣ ବିଏସକେୱାଇ କାର୍ଡ଼

ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ସାଢ଼େ ୯ଟା ସମୟରୁ ଦେଓଗାଁ ବ୍ଲକର ୯ଟି ପଞ୍ଚାୟତରେ ପର୍ଯ୍ୟାୟ କ୍ରମେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୮୫୧୬ଜଣ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ଼ ବଣ୍ଟନ କରାଯାଇଛି । ଦେଓଗାଁ ବ୍ଲକର ପଞ୍ଚିମାଞ୍ଚଳରେ ଥିବା ୬ଟି ପଞ୍ଚାୟତ ଯଥା ବଡ଼ବନ୍ଧ, ଲଣ୍ଡାପଥର, ଧଣ୍ଡାମାଲ, ସାରସମାଲ, ବ୍ରାହ୍ମଣୀଜୋର ଓ ବନ୍ଧପଡ଼ା ପଞ୍ଚାୟତରେ ରାଜ୍ୟ କୃଷି, ମତ୍ସ୍ୟ, ପଶୁପାଳନ ଓ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ, ଦେଓଗାଁ ବ୍ଳକ ଅଧ୍ୟକ୍ଷା ରୀନା ମେହେର ୬୦୬୬ ହିତାଧିକାରୀମାନଙ୍କୁ ସ୍ମାର୍ଟ କାର୍ଡ଼ ପ୍ରଦାନ କରି ଏହି ଯୋଜନାରେ ସ୍ୱାସ୍ଥ୍ୟ ସେବା ପାଇବାକୁ ପରାମର୍ଶ ଦେଇଥିଲେ ।
ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ମମତା ଯୋଜନାରୁ ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ ଠିକ୍‌ ଭାବେ ପରିଚଳିତ ହେଉଥିବାରୁ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବାକୁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେର ପରିଚାଳନା କରିଥିବା ବେଳେ ଦେଓଗାଁ ତହସିଲଦାର ଯୁଗଲ କିଶୋର ବିଶ୍ୱାଲ, ସମାଜ ସେବୀ ଆଦ୍ରିୟା ମଞ୍ଜରୀ ସିଂଦେଓ, ଜିଳ୍ଲା ପରିଷଦ ସଭ୍ୟ ସୁଶିଲ ଚାନ୍ଦ, ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ଗୋପାଳ ମିଶ୍ର, ସରପଞ୍ଚ ଦୟାନିଧୀ ଖମାରୀ, ପୂର୍ବ ସରପଞ୍ଚ ଅନ୍ତର୍ଯ୍ୟାମୀ ଭୋଇ ପ୍ରମୁଖ ସହଯୋଗ କରିଥିଲେ । ସେହିପରି ଦେଓଗାଁ ବ୍ଳକର ପୂର୍ବାଞ୍ଚଳରେ ଥିବା ୩ଟି ପଞ୍ଚାୟତ ଯଥା ଅର୍ଜୁନପୁର, କୁଳୁତାପଡ଼ା ଓ ଘଡ଼ଖାପଲା ପଞ୍ଚାୟତରେ ଓଡ଼ିଶା ହାଉସିଂ ବୋର୍ଡ଼ର ଅଧ୍ୟକ୍ଷ ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଅତିଥି ଭାବେ ଯୋଗଦେଇ ୨୪୫୦ ଜଣ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ଼ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବ ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ଜିଳ୍ଲା ବିଜେଡ଼ି ସଂପାଦକ ଉମାଶଙ୍କର ସିଂ, ଗୁରୁଦେବ ରଣା, ଶୈଳେନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ । ସମସ୍ତ ପଞ୍ଚାୟତର ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 
   
ସୂଚନା ଯୋଗ୍ୟ ଯେ, ବୁଧବାର ଓ ଗୁରୁବାର ଦିନ କାର୍ଯ୍ୟକ୍ରମରେ ଦେଓଗାଁ ବ୍ଲକର ୧୭ଟି ପଞ୍ଚାୟତର ୧୮ ହଜାର ୬୫୫ ଜଣ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଥିଲା । ତୃତୀୟ ଦିନ ବଣ୍ଟନ ପରେ ଦେଓଗାଁ ବ୍ଲକର ମୋଟ ୨୬ ପଞ୍ଚାୟତରେ ୨୭ ହଜାର ୧୭୧ ପରିବାରକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଦେଇଥିବା ବ୍ଲକ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.