ସାହିତ୍ୟ ଓ ନାଟ୍ୟକୃତୀ ପାଇଁ ଚିର ସ୍ମରଣୀୟ ରହିବେ ରମେଶ ବେହେରା

ରାଉରକେଲା, (ସସ୍ମିତା ପ୍ରଧାନ) : ବଣାଇଁଗଡ଼ ସ୍ଥିତ ରାଜା ଧରଣୀଧର କ୍ଲବ ଠାରେ ସୁସାହିତ୍ୟିକ, କବି ଓ ନାଟ୍ୟକାର ସ୍ୱର୍ଗତ ରମେଶ ଚନ୍ଦ୍ର ବେହେରାଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ବେହେରା ଏକଧାରରେ ଜଣେ ନାଟ୍ୟକାର, କବି, ପ୍ରାବନ୍ଧିକ, ସମାଜସେବୀ ଓ ଅଭିନେତା ଥିଲେ । ଅଗଷ୍ଟ ୨୩ ତାଙ୍କ ଇହଲୀଳା ସମ୍ବରଣରେ ସମସ୍ତବର୍ଗର ବ୍ୟକ୍ତିବିଶେଷ ଓ ତାଙ୍କ ଶୁଭେଚ୍ଛୁମାନଙ୍କୁ ନେଇ ଆୟୋଜିତ ଏହି ସ୍ମୃତିଚାରଣ ସଭାରେ ବର୍ଷିଯାନ କବି ତଥା ସ୍ୱର୍ଗତଙ୍କ ଅନ୍ତରଙ୍ଗ ବନ୍ଧୁ ଏବଂ ଜଣାଶୁଣା ବିଶିଷ୍ଟ କବି ତାରିଣୀ ଚରଣ ସାହୁ ସଭାପତିତ୍ୱ କରିଥିଲେ । ମଞ୍ଚରେ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ରାଜୀବ ପାଣି ଓ କବି ଡାକ୍ତର କୃପାସିନ୍ଧୁ ନାୟକଙ୍କ ସହିତ ପ୍ରଫୁଲ୍ଲ କୁମାର ମହାପାତ୍ର, ଗୋପକୃଷ୍ଣ ନାୟକ, ପ୍ରତାପ କୁମାର ପଟ୍ଟନାୟକ, ରାଜକୁମାର ମହାନ୍ତି, ନାଟ୍ୟକାର ପ୍ରଦୀପ କୁମାର ଅମାନ୍ତ ଓ ଦେବରାଜ କିସାନ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ । ସର୍ବପ୍ରଥମେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା । ଅତିଥିମାନେ ସ୍ୱର୍ଗତଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ୱଳନ ସହ ଶ୍ରଦ୍ଧାସୁମନ ଅର୍ପଣ କରି କହିଲେ, ଆଦିବାସୀ ଅଧ୍ୟୁଷିତ ତଥା ଉପାନ୍ତ ସୁନ୍ଦରଗଡ଼ ଜିଲ୍ଲାର ଏକାନ୍ତ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ତେଣ୍ଡରା ଗ୍ରାମରୁ ଆସି ସ୍ୱର୍ଗତ ରମେଶ ଚନ୍ଦ୍ର ବେହେରା କବି ଓ ନାଟ୍ୟକାର ଭାବେ ସମଗ୍ର ଜିଲ୍ଲାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ନିଜ କଳାକୃତି, ଲେଖକୀୟ ଅବଦାନ ଯୋଗୁଁ ଏବଂ ଜଣେ ନାଟ୍ୟକାର ତଥା ବହୁବିଧ କଳାକାର ଭାବେ ରମେଶ ଚନ୍ଦ୍ର ସାହିତ୍ୟ ଆକାଶରେ ଅମ୍ଳାନ ଚନ୍ଦ୍ର ଭାବେ କାଳଜୟୀ ହୋଇ ରହିବେ । ତାଙ୍କ ସ୍ଥାନ ସଦାସର୍ବଦା ଅପୂରଣୀୟ ହୋଇ ରହିବ । ରମେଶଙ୍କ ଆତ୍ମାର ସଦଗତି ନିମନ୍ତେ ଏହି ଅବସରରେ ଶାନ୍ତିପ୍ରାର୍ଥନା ଏବଂ ସ୍ମୃତିଚାରଣ କରଯାଇଥିଲା । ସ୍ମୃତିସଭାରେ ଅନ୍ୟ ମାନଙ୍କ ମଧ୍ୟରେ ନଗେନ୍ ଦାସ, ବରିଷ୍ଠ ସମ୍ବାଦିକ ମନୋରଞ୍ଜନ ଦାଶ, ସୁକାନ୍ତ ଖୁଣ୍ଡିଆ, ଅଶୋକ ପଟ୍ଟନାୟକ, ସୁମନ ଦତ୍ତ, ଶର୍ମିଳା ଦତ୍ତ, ଅକ୍ଷୟ ସାମଲ, କାଶୀନାଥ ନନ୍ଦୀ, ମୀନକେତନ ପସାଏତ, କିଶୋରୀ ମୋହନ କର, ଜଗନ୍ନାଥ ଗଉତ, ରଶ୍ମି ସାହୁ, ଜ୍ୟୋସ୍ମରାଣୀ ପାତ୍ର, କୁମାର ଗୌତମ ବାରିକ, ପ୍ରଦୀପ କୁମାର ମିଶ୍ର, ଯଦୁମଣି ବେହେରା, ପ୍ରଶାନ୍ତ ଚଇନି, ସଂଜୀବ କୁମାର ଭୋଇ, ପ୍ରତାପ କୁମାର ପଣ୍ଡା, କାଶୀନାଥ ପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସୁପରିଚିତ କବି ତଥା ରମେଶଙ୍କ ଜ୍ୱାଇଁ ତ୍ରିନାଥ ସିଂହ ସଭା ପରିଚାଳନା କରିଥିବା ବେଳେ ରମେଶଙ୍କ ସ୍ମୃତି ଉଦ୍ଦେଶ୍ୟରେ ‘ଅମ୍ଳାନ ଚନ୍ଦ୍ର, ରମେଶ ଚନ୍ଦ୍ର’ ପତ୍ରିକାର ଉନ୍ମୋଚନ ଏବଂ ଲୋକାର୍ପଣ ହୋଇଥିଲା । ସରୋଜ ପଣ୍ଡାଙ୍କ ନେତୃତ୍ୱ ଓ ସ୍ମିତା ମିଶ୍ର, ପିଙ୍କି ପ୍ରିୟଦର୍ଶିନୀ, ଅଜିତେଶ ଓ ପ୍ରତାପଙ୍କ କଣ୍ଠରେ ଭକ୍ତିସଙ୍ଗୀତ ଏକ ନିଆରା ବାତାକରଣ ସୃଷ୍ଟିରେ ସହାୟକ ହୋଇଥିଲା । ବାଦ୍ୟଯନ୍ତ୍ରରେ ସରୋଜଙ୍କୁ ରାଜୁ ଓ ବାପି ସହଯୋଗ କରିଥିଲେ । ଶେଷରେ ଜ୍ୟୋସ୍ନାମୟୀ ଧନ୍ୟବାଦ ଅର୍ପଣ କରିଥିଲେ । ରମେଶଙ୍କ ଧର୍ମପତ୍ନୀ ମାଳତୀ ବେହେରାଙ୍କ ତତ୍ତତ୍ତ୍ୱାବଧାନ ତଥା ପ୍ରଣତି ବେହେରା, ପ୍ରତିମା ବେହେରା, ରଣଜିତ୍ ମହାନ୍ତି, ଜ୍ୟୋତିର୍ମୟୀ ବେହେରା, ରଞ୍ଜନ ଦାସ, ସଙ୍କଳ୍ପ ପ୍ରସାଦ ବେହେରା, ଟିନାଶ୍ରୀ ବେହେରା, କର୍ମବୀର ଦାଶ, ଶ୍ରୀନିବାସ ମିଶ୍ର, ବିରଜା ମହାନ୍ତି ଓ ପରିବାରବର୍ଗଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା । ପ୍ରଥମ ବର୍ଷର ପ୍ରଥମ ସମ୍ୱର୍ଦ୍ଧନା ଅମ୍ଳାନ ଚନ୍ଦ୍ର, ରମେଶ ଚନ୍ଦ୍ର ଶିଶୁ କବି ଶ୍ରେୟସୀ ସାହୁଙ୍କୁ ପ୍ରଦାନ କରାଯାଇଥିଲା । ଏହି କର୍ଯ୍ୟକ୍ରମରେ ବଣେଇ, ଲହୁଣୀପଡ଼ା, ରଉରକେଲା, ସୁନ୍ଦରଗଡ଼, ଦେବଗଡ଼, ଭୁବନେଶ୍ୱର, କେନ୍ଦୁଝର, କେନ୍ଦୁଝର ଓ ଅନ୍ୟାନ୍ୟ ଅଞ୍ଚଳର ଜଣାଶୁଣା ବରିଷ୍ଠ ସୁପରିଚିତ କବି, ଲେଖକ, ସାହତ୍ୟିକମାନେ ଯୋଗ ଦେଇଥିଲେ । ଶେଷରେ ରମେଶଙ୍କ ସ୍ମୃତିରେ ଏକ କବିତାପାଠ କାର୍ଯ୍ୟକ୍ରମ ହୋଇଥିଲା ।

Leave A Reply

Your email address will not be published.