ସୀତାରାମ ଫାଉଣ୍ଡେସନର ପ୍ରଶଂସନୀୟ ପଦକ୍ଷେପ

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନାର ଦ୍ୱିତୀୟ ଲହରି ସମଗ୍ର ଦେଶକୁ ଏକ ପ୍ରକାର କବଳିତ କରି ରଖିଛି । ଦିନକୁ ଦିନ ସମଗ୍ର ଦେଶ ଓ ରାଜ୍ୟରେ ସ୍ଥିତି ସଂଗୀନ ହେଉଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ପଡିଛି । ତେବେ ଏଥିପାଇଁ ସରକାରଙ୍କ ପକ୍ଷରୁ ସଟଡ଼ାଉନ୍‌ ଏବଂ ଲକ୍‌ ଡାଉନ୍‌ ଜାରି ରହିଥିବା ବେଳେ ଗରିବ ଲୋକଙ୍କ ଲାଗି ମୁଠେ ଖାଇବାକୁ ଯୋଗାଡ କରିବା ପାଇଁ କଷ୍ଟକର ହୋଇପଡିଛି ।

ତେବେ ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ଏମାନଙ୍କୁ ବଲାଙ୍ଗିରର ସୀତାରାମ ଫାଉଣ୍ଡେସନ ସାହଯ୍ୟର ହାତ ବଢାଇଛି । ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହଉ କି ରେଲୱେ ଷ୍ଟେସନ ହଉ ବିଭିନ୍ନ ସ୍ଥାନରେ ଥିବା ଅସହାୟ ଗରିବ ଲୋକମାନଙ୍କୁ ସୋମବାରରୁ ଶୁକ୍ରୁବାର ଗୋଟେବେଳା ମିଲ୍‌ ବଣ୍ଟନ କରୁଥିବା ବେଳେ ଆଉ ଗୋଟେବେଳା ରୁଟି ତରକାରୀ ବଣ୍ଟନ ଏବଂ ସରକାରଙ୍କ ନିୟମ ଅନୁସାରେ ଶନିବାର ଓ ରବିବାର ଦୁଇ ଦିନ ଧରି ସଟଡାଉନ ଜାରି ରହିଥିବା ବେଳେ ଏହି ଦୁଇଦିନ ସକାଳୁ ଜଳଖିଆ ବଣ୍ଟନ ସହ ଦିନବେଳା ମିଲ୍‌ ବଣ୍ଟନ ଏବଂ ରାତିବେଳା ରୁଟି ଓ ତରକାରୀ ବଣ୍ଟନ କରୁଛି ବଲାଙ୍ଗିର ଜିଲ୍ଲା ସୀତାରାମ ଫାଉଣ୍ଡେସନ । ଫାଉଣ୍ଡେସନର ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବୁଦ୍ଧିଜୀବୀ ମହଲରେ ବେଶ୍‌ ପ୍ରଶଂସା କରାଯାଉଛି । ଟହଲୁ ସାହୁ, ସୁଶିଲା ସାହୁ, ପପୁ ସାହୁ, ଅଜିତ ନନ୍ଦ ଏବଂ ମା’ ଖୁଦୁରୁକୁଣୀ ମହିଲା ସଂଘର ସମସ୍ତ କାର୍ଯ୍ୟକର୍ତ୍ତାମାନେ ଏଥିରେ ସାହଯ୍ୟ କରିଥିଲେ ।

jittmm
Leave A Reply

Your email address will not be published.