oom

ମହାମାରୀ ସମୟରେ ଅସହାୟଙ୍କୁ ସହାୟତା କରି ଚର୍ଚ୍ଚାରେ ସୀତାରାମ ଫାଉଣ୍ଡେସନ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ଯୋଗୁଁ ତାଲାବନ୍ଦରେ ଅନେକ ଗରିବ ଅସହାୟ ମାନଙ୍କ ରୋଜଗାର ଠପ୍‌ ହୋଇଯାଇ ମୁଠେ ଖାଇବା ପାଇଁ ପାଇବା କଷ୍ଟକର ହୋଇପଡିଥିବା ବେଳେ ଏହି ସମୟରେ ସେମାନଙ୍କୁ ସହାଯ୍ୟର ହାତ ବଢାଇବା ସହ ସଚେତନ କରି ଚର୍ଚ୍ଚାକୁ ଆସିଛି ବଲାଙ୍ଗିରର ସୀତାରାମ ଫାଉଣ୍ଡେସନ । ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲ ହଉ କି ସହରର ବିଭିନ୍ନ ସ୍ଥାନ, ରାତି ହଉ କି ଦିନ ବାଇକ ଧରି ବୁଲି ବୁଲି ଅସହାୟ ଗରିବ ଲୋକମାନଙ୍କୁ ଚିହ୍ନଟ କରି ସୋମବାରରୁ ଶୁକ୍ରୁବାର ଗୋଟେବେଳା ମିଲ୍‌ ବଣ୍ଟନ କରୁଥିବା ବେଳେ ଆଉ ଗୋଟେବେଳା ରୁଟି ତରକାରୀ ବଣ୍ଟନ ଏବଂ ବୁଧୁବାର ଓ ରବିବାର ଦୁଇ ଦିନ ଧରି ସକାଳୁ ଜଳଖିଆ ବଣ୍ଟନ ସହ ଦିନବେଳା ଚିକେନ୍‌ ଓ ମିଲ ଏବଂ ରାତିବେଳା ରୁଟି ସହ ଅଣ୍ଡା ବଣ୍ଟନ କରୁଛି ବଲାଙ୍ଗିର ଜିଲ୍ଲା ସୀତାରାମ ଫାଉଣ୍ଡେସନ । ଏଥିପାଇଁ ବୁଦ୍ଧିଜୀବୀ ମହଲରେ ବେଶ୍‌ ପ୍ରଶଂସା କରାଯାଉଛି । ଟହଲୁ ସାହୁ, ସୁଶିଲା ସାହୁ, ପପୁ ସାହୁ, ଅଜିତ ନନ୍ଦ ଏବଂ ମା’ ଖୁଦୁରୁକୁଣୀ ମହିଳା ସଂଘର ସମସ୍ତ କାର୍ୟ୍ୟକର୍ତ୍ତାମାନେ ଏଥିରେ ସାହଯ୍ୟ କରିଥିଲେ ।

jittmm
Leave A Reply

Your email address will not be published.