oom

ଛତ୍ରପୁର ସରସ୍ଵତୀ ଶିଶୁବିଦ୍ୟା ମନ୍ଦିରଠାରେ ୩୦ତମ ବାର୍ଷିକ ଉତ୍ସବ ସମ୍ପନ୍ନ :

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ଅନସ୍ଲୋ ମିନି-ଷ୍ଟାଡିୟମରେ ଠାରେ ଆୟୋଜିତ ଛତ୍ରପୁର ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ୩୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କ ଖଣି, ଇସ୍ପାତ,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରିବା ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଶିଶୁମନ୍ଦିରର ଶିକ୍ଷା ବ୍ୟବସ୍ଥା ଦ୍ୱାରା ସମାଜରେ ପରିବର୍ତ୍ତନ ଅଣାଯାଇପାରିବ ବୋଲି ମାନ୍ୟବର ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି । ସମ୍ମାନୀତ ଅତିଥି ରୂପେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ ଏକ ଆଦର୍ଶ ସମାଜ ଗଠନ ଦିଗରେ ଶିଶୁବିଦ୍ୟାମନ୍ଦିର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଅନ୍ୟତମ ସମ୍ମାନୀତ ଅତିଥିମାନଙ୍କ ମଧ୍ୟରେ ଭୁବନେଶ୍ୱର ସ୍ଥିତ ଉତ୍କଳ ହସ୍ପିଟାଲର କାର୍ଯ୍ୟରତ ଡାକ୍ତର ସତ୍ୟବ୍ରତ ଦାଶ ଓ ବ୍ରହ୍ମପୁର ସ୍ଥିତ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ନାରାୟଣ ଚରଣ ପଟ୍ଟନାୟକ ଯୋଗଦେଇ ଶିଶୁମାନଙ୍କୁ ମାର୍ଗଦର୍ଶନ କରିଥିଲେ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ମଞ୍ଚାସୀନ ଅତିଥିବୃନ୍ଦଙ୍କ ପରିଚୟ ପ୍ରଦାନ କରି ମଞ୍ଚ ଉପରକୁ ଆହ୍ୱାନ କରି ମଞ୍ଚରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ବିଦ୍ୟାଳୟର ବାର୍ଷିକ ମୁଖପତ୍ର “ଅର୍ଣ୍ଣବ” ଶୁଭ ଉନ୍ମୋଚନ କରାଯଇଥିଲା । ବିଦ୍ୟାଳୟର ପରିଚାଳନା କମିଟୀର ସଭାପତି ପଦ୍ମଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ସଂପାଦକ ସନ୍ତୋଷ କୁମାର ସାହୁ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟ ପାଇଁ ଗୌରବ ଆଣିଥିବା ଦଶମ ଶ୍ରେଣୀର A1 ଛାତ୍ର ଛାତ୍ରୀ, ସରକାରୀ ବୃତ୍ତି ପାଇଥିବା ଶିଶୁମାନଙ୍କୁ ଉପଢ଼ୌକନ ଦେଇ ସମ୍ମାନୀତ କରିବା ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହପରି ଆମ ବିଦ୍ୟାଳୟ ନିରନ୍ତର ସେବା କରିଥିବା ଆଚାର୍ଯ୍ୟା ଓ ସେବିକା ମାନଙ୍କୁ ଓ ସ୍ଥାନୀୟ ସାମ୍ବାଦିକ ବନ୍ଧୁମାନଙ୍କୁ ମଞ୍ଚରେ ସମ୍ମାନୀତ କରାଯଇଥିଲା । ବରିଷ୍ଠ ଆଚାର୍ଯ୍ୟା ଟି. ସୁରେଶ କୁମାର ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ ।ଶେଷରେ ଆଚାର୍ଯ୍ୟା ବି. ସୁଶୀଳା ଗୁରୁମାଙ୍କ ତତ୍ୱାବଧାନ ରେ ଶିଶୁମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସୁରୁଖୁରେ ସମାହିତ ହୋଇଥିଲା ।

jittmm
Leave A Reply

Your email address will not be published.