ବୁଡାମାଲ ସ୍କୁଲରେ ଶିଶୁ ଦିବସ ପାଳିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ଅନ୍ତର୍ଗତ ବୁଡାମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭାରତର ପ୍ରଥମ ପ୍ରଧାନ ମନ୍ତ୍ରୀ ପଣ୍ଡିତ ଜବାହରଲାଲ୍ ନେହେରୁଙ୍କ ଜନ୍ମ ଦିନ ଅବସରରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୁଦ୍ଧଦେବ ସାହୁ, ସମ୍ମାନିତ ଅତିଥି ଭାବେ ସହକାରୀ ଶିକ୍ଷକ ତୁଷାର କାନ୍ତ ସାହୁ, ମୁଖ୍ୟବକ୍ତା ଭାବେ ବାଳମୁକୁନ୍ଦ ବାରିକ ଯୋଗଦେଇ ଚାଚା ନେହେରୁଙ୍କ ବିଷୟରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ । ଶିକ୍ଷକ କେଦାରନାଥ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ତୁଲସୀରାମ ପାଣି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ରୁକ୍ମିଣୀ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.