centurian jitm

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାର ଶିଶୁବାଟିକା ବିଭାଗର ଶିଶୁ ଶିବିର ଅନୁଷ୍ଠିତ

nschool

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଘୁଷୁରାମୁଣ୍ଡା ସ୍ଥିତ ଅଲେଖ ମହିମା ମଠ ପରିସରରେ ଲୋଇସିଂହା ସରସ୍ଵତୀ ଶିଶୁ ମନ୍ଦିର ଶିଶୁବାଟିକା ବିଭାଗର ଶିଶୁ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ସୁଧାଂଶୁ ସାହୁ । ଅନ୍ୟମାନଙ୍କ ମଧ୍ୟରେ ସାବିତ୍ରୀ ସାହୁ, ରିଙ୍କି ସାହୁ, ସୁପ୍ରଭାତୀ ବାଘ, ସୁନୀତା ସାହୁ, ଅମିତ କୁମାର ସାହୁ, ସୁଶାନ୍ତ ସାହୁ, ଚୈତନ୍ୟ ସାହୁ, ଜୟକୃଷ୍ଣ ବୁଡେକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଉଦ୍‌ଯାପନୀ ସମାରୋହରେ ଘୁଷୁରାମୁଣ୍ଡା ଗ୍ରାମର ବରିଷ୍ଠ ନାଗରିକ ତଥା କବି ସନାତନ ସାହୁ ଯୋଗ ଦେଇଥିଲେ । କବି ଶ୍ରୀ ସାହୁଙ୍କ ରଚିତ ଆଧ୍ୟାତ୍ମିକ କବିତା ପୁସ୍ତକ “ଭକ୍ତି ସୁଧା” ପ୍ରଧାନ ଆଚାର୍ଯ୍ୟ ଶିବ ପ୍ରସାଦ ବାରିକଙ୍କୁ ପ୍ରଦାନ କରିଥିଲେ । କୁନି କୁନି ଶିଶୁମାନଙ୍କ ଦ୍ୱାରା ନାଚ ଗୀତର ଆୟୋଜନ କରାଯାଇଥିଲା । ଏଥିସହିତ କୁନି କୁନି ପିଲାମାନେ ଯୋଗୀସର୍ଡାର ଯୋଗେଶ୍ୱର ମନ୍ଦିର ମଧ୍ୟ ଭ୍ରମଣ କରିଥିଲେ । ଏହି ଶିଶୁ ଶିବିରରେ ଶିଶୁବାଟିକା ବିଭାଗର ସମସ୍ତ ଗୁରୁଜୀ ଗୁରୁମା ତଥା ବବିତା ଗୁରୁମା, ଗୌରୀ ଗୁରୁମା, ରସାନନ୍ଦ ଗୁରୁଜୀ, ବୁଢ଼ାବାବୁ ଗୁରୁଜୀ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!