ଅଭାବନୀୟ ଘଟଣା : ପୋଖରୀରେ ଭାସୁଛି ନବ ଜନ୍ମିତ ଶିଶୁର ଶବ

ସଇଁନ୍ତଲା, (କେପିଏନ୍‌ଏସ୍‌) : ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପୋଖରୀ ପାଣିରେ । ପୋଖରୀରେ ଭାସୁଛି ନବ ଜନ୍ମିତ ଶିଶୁର ଶବ । ସୂଚନା ଅନୁସାରେ ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଭଦ୍ରା ଗ୍ରାମର ପୋଖରୀରେ ଏକ ନବଜାତ ଶିଶୁର ମୃତଦେହ ଭାସୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଏହି ଅଭାବନୀୟ ଦୃଶ୍ୟ ଦେଖିବା ପାଇଁ ପୋଖରୀ କୂଳରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଖୋଜ୍‌ ଖବର ନେଉଥିବା ଜଣାପଡିଛି ।

Leave A Reply

Your email address will not be published.