ନବଜାତ ଶିଶୁ କନ୍ୟାକୁ ପାଳଗଦାରୁ ଉଦ୍ଧାର କଲେ ମହିଳା

ଧର୍ମଗଡ, (ଭରତ ବିଶି) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଆମପାଣି ଥାନା ଅନ୍ତର୍ଗତ ସିଉନି ଗାଁରେ ଏକ ଶିଶୁ କାନ୍ଦିବାର ରାସ୍ତାରେ ଯିବା ଆସିବା କରୁଥିବା କିଛି ଲୋକ ଶୁଣିଥିଲେ । ପରେ ଶିଶୁଟିକୁ ରା‌ସ୍ତା କଡ ନିକଟସ୍ଥ ପାଳଗଦାରୁ ଗାଁର କିଛି ମହିଳା ଉଦ୍ଧାର କରିଥିଲେ । ସ୍ଥାନୀୟ ଆଶାକର୍ମୀଙ୍କ ସହଯୋଗରେ ଶିଶୁଟିକୁ କୋକସରା ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଶିଶୁର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡିଛି । ଗାଁ ଲୋକ ସ୍ଥାନୀୟ ଚାଇଲ୍ଡ ଲାଇନକୁ ଖବର ଦେଇଛନ୍ତି । ତେବେ କିଏ ଓ କାହିଁକି ଏଠାରେ ଶିଶୁକୁ ଛାଡି ଚାଲିଯାଇଛି ତାହା ଜଣାପଡିନାହିଁ ।

Leave A Reply

Your email address will not be published.