ଶିଶୁ ହସିଲେ ବିଶ୍ଵ ହସେ

ବରଗଡ଼, (ନିରୋଜ କୁମାର ପାଣୀ) : ଶିଶୁ ହସିଲେ ବିଶ୍ଵ ହସେ । ଶିଶୁର ବିକାଶ ହିଁ ଦେଶର ଭବିଷ୍ୟତର ବିକାଶ ବୋଲି ବରଗଡ ମହିଳା ସମିତି ପକ୍ଷରୁ ପାଳିତ ଶିଶୁ ଦିବସ ସମାବେଶରେ ବିଶିଷ୍ଟ ସମାଜସେବୀ ଗୀତା ମିଶ୍ର ଉଲ୍ଲେଖ କରି ଶିଶୁମାନଙ୍କର ସୁରକ୍ଷା ବର୍ତ୍ତମାନର ସମୟ ଉପରେ ହିଁ ନିର୍ଭର କରେ ବୋଲି କହିଥିଲେ । ଅନ୍ୟତମ ବକ୍ତା କନକ ପ୍ରଧାନ ବିଭିନ୍ନ ଆଶ୍ରମ ମାନଙ୍କରେ ବଢୁଥିବା ଶିଶୁ ମାନଙ୍କ ଯତ୍ନ ପାଇଁ ସମସ୍ତେ ସହଯୋଗର ହାତ ବଢ଼ାଇବା ଉପରେ ଗୁରୁତ୍ୱାରୋପ କରି ବରଗଡ ମହିଳା ସମିତି ତରଫରୁ ଶିଶୁ ଓ ମହିଳାଙ୍କ ସୁରକ୍ଷା ପାଇଁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ । ଏହି ଅବସରରେ ଶିଶୁମାନଙ୍କୁ ଆପ୍ୟାୟିତ କରାଯାଇଥିଲା ଏବଂ ଶିଶୁମାନଙ୍କ ସହ ମିଶି ସମସ୍ତେ ସୁନ୍ଦର ନାଚ, ଗୀତରେ ମଶଗୁଲ ହୋଇଯାଇଥିଲେ । ସମିତିର ସମ୍ପାଦିକା ମନ୍ଦାକିନୀ ପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ମମତା ମିଶ୍ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜୟଗୀତା ପଣ୍ଡା, ଯଶବିନ୍ଦର କୌର, ମୀନାକ୍ଷୀ କର, ପଦ୍ମିନୀ ସାହୁ, ସଂଗୀତା ଗୁପ୍ତା, ଜୟନ୍ତୀ ପ୍ରଧାନ, ଇନ୍ଦ୍ରାଣୀ ଶତପଥୀ, ସଲୋନି ଦାଶ, ଜୟଶ୍ରୀ ପଣ୍ଡା, ସସ୍ମିତା ପଟ୍ଟନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.