ବ୍ରିସ୍କା ଶିକ୍ଷାନୁଷ୍ଠାନ ପରିସରରେ ଶିଶୁ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବ୍ରିସ୍କା ଶିକ୍ଷାନୁଷ୍ଠାନ ପରିସରରେ ଶିଶୁ ଦିବସ ପାଳିତ ହୋଇଯାଇଛି । ନୂତନ ନାମ ଲେଖାଇଥିବା +୨ ବିଜ୍ଞାନ ଏବଂ କଳା ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ମଧ୍ୟ ପ୍ରଦାନ କରିଛନ୍ତି । ମୁଖ୍ୟ ଅତିଥି ସମ୍ମାନନୀୟ ଚିତ୍ର ଶିଳ୍ପୀ ଦିଲୀପ ସିଂହଦେଓ, ସମ୍ମାନିତ ଅତିଥି ଶ୍ରିପଦା ସଡଙ୍ଗୀ, ସମାଜ ସେବୀ ପ୍ରଶାନ୍ତ ମହାକୁର, କୋଶଳୀ କବି ଅର୍ଜୁନ ସାହୁ, ଆଦର୍ଶ ଶିକ୍ଷକ ରଣଜିତ୍ ମିଶ୍ର, ନବଘନ ଦାସ, ସ୍ବପ୍ନାରାଣୀ ମିଶ୍ର, ମଧୁସ୍ମିତା ପୋଢ଼, ଶୁଭମ୍ ବିଶ୍ଵାଳ, ଓଲିବର୍ ପ୍ରଧାନ, ଅଶ୍ଵିନୀ, ବିଶ୍ୱଜିତ୍ ପଣ୍ଡା, ଏ କେପି ସାର, ଧୀରେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଯୁବ କଳାକାର ଜ୍ୟୋତିରଂଜନ ପାଣିଗ୍ରାହୀଙ୍କ ସ୍ମୃତିରେ ଏହି ଅନୁଷ୍ଠାନ ଅନେକ ଅସହାୟ ନିଷ୍ପେସିତଙ୍କ ଶିକ୍ଷା ଏବଂ କଳାର ଆଲୋକ ବର୍ତ୍ତିକା ସାଜିବା ସହ ଉଚ୍ଚ ଗୁଣାତ୍ମକ ମାନର ଶିକ୍ଷା ଦିଆଯାଉଥିବା ଉପରେ ବ୍ରିସ୍କା ମୁଖ୍ୟ ସଂଗୀତା ଦାସ କହିଥିଲେ । ରିତିକା ଏବଂ ସାଥୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଜୟକୃଷ୍ଣ ମିଶ୍ର ପରିଚାଳନା କରିଥିଲେ ଏବଂ ସ୍ମୃତି ଧନ୍ୟବାଦ୍ ଜଣାଇଥିଲେ ।

jittmm
Leave A Reply

Your email address will not be published.