ସର୍ଗିଗୁଡ଼ା ସ୍ଥିତ ଓମ୍‌ ଭ୍ୟାଲି ସ୍କୁଲରେ ଶିଶୁ ଦିବସ ପାଳିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ନଭେମ୍ବର ୧୪ ଶିଶୁ ଦିବସ ଦିନ ସର୍ଗିଗୁଡ଼ା ସ୍ଥିତ ଓମ୍‌ଭେଲି ଜୁନିଅର ୱିଂରେ ଧୁମ୍‌ଧାମ୍‌ରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟରେ ଶିଶୁମାନଙ୍କର ମନୋରଞ୍ଜନ ସକାଶେ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ସଭାପତି ତଥା ଚେୟାରମେନ ଦୀପକ କୁମାର ସାହୁ ଓ ଉପସଭାପତି ଶ୍ରୀମତୀ ସଂଗୀତା ସାହୁ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥିଙ୍କ ଦ୍ଵାରା ଦୀପ ପ୍ରଜ୍ଜ୍ୱଳନ କରାଯାଇ କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା । ଶିଶୁମାନଙ୍କୁ ଉତ୍ସାହିତ କରିବା ପାଇଁ ସଭାପତି ଦୀପକ କୁମାର ସାହୁ ଜବାହାରଲାଲ ନେହେରୁଙ୍କ ପିଲାଦିନର କାହାଣୀ ଶୁଣାଇଥିଲେ । ଛାତ୍ରଛାତ୍ରୀମାନଙ୍କର ମନୋରଞ୍ଜନ ପାଇଁ ସ୍କୁଲ୍‌ର ଶିକ୍ଷକ ଶିକ୍ଷୟିତ୍ରୀମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଏବଂ ଆକାଶ ବାହିନୀର ଅବସରପ୍ରାପ୍ତ ସେନାନି ସନ୍ତୋଷ କୁମାର ମହାନ୍ତି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ବିଭିନ୍ନ ପ୍ରକାରର ଖେଳ ଖେଳାଇଥିଲେ । ଏହି କାର୍ଯ୍ୟକ୍ରମଟି ବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ଵର ପ୍ରସାଦ ମିଶ୍ର ଓ ସଂଯୋଜିକା ନିଶିବେରିଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା । ଛାତ୍ରଛାତ୍ରୀମାନେ ଅତି ଆନନ୍ଦ ସହକାରେ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ବିଦ୍ୟାଳୟର ନିର୍ଦ୍ଦେଶକ ଶ୍ରୀମତୀ ବିଭାରାଜ ଗୁପ୍ତା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଭୋଜନ ଓ ଉପହାର ପ୍ରଦାନ କରିଥିଲେ ।

Leave A Reply

Your email address will not be published.