
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରର ସହରର ପେଲେସ ଲାଇନ ଠାରେ ଥିବା ଦୟାନନ୍ଦ ପ୍ଲେ ସ୍କୁଲ ଠାରେ ଶିଶୁ ଦିବସ ପାଳିତ ହୋଇଯାଇଛି । ସ୍କଲର ପ୍ରିନ୍ସିପାଲ ଦିବ୍ୟନାରାୟଣ ମିଶ୍ରଙ୍କ ଉପସ୍ଥିତିରେ ଅତିଥି ଭାବେ ସହରର ଜଣାଶୁଣା ଡାନ୍ସ ଶିକ୍ଷକ ସୁବଳ ମହକୁର, ମଡେଲର ତଥା ଅଭିନେତ୍ରୀ ଅଭିପ୍ସା ମିଶ୍ର ଓ ସିଙ୍ଗର ଅର୍ ଜେ ମନୀଷ ଯୋଗ ଦେଇଥିଲେ । ଶିଶୁ ଦିବସ ଅବସରରେ ସ୍କୁଲ୍ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଫେନ୍ସୀ ଡ୍ରେସ୍ ପ୍ରତିଯୋଗିତା ହୋଇଥିବା ବେଳେ ସ୍କୁଲ୍ର ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।
