ରାଉରକେଲା ସାହିତ୍ୟ ସଂସଦର ଶିଶୁ ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ରାଉରକେଲା ସାହିତ୍ୟ ସଂସଦର ତ୍ରୈମାସିକ ଶିଶୁ ମହୋତ୍ସୋବ ଛେଣ୍ଡସ୍ଥିତ ଧାମରା ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି । କବି ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱରେ ଓ ଅନିଲ କୁମାର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ମୁଖ୍ୟବକ୍ତା ଭାବରେ ଡ.ଅଶ୍ୱିନୀ କୁମାର ରାୟ କହିଲେ ଯେ ସୃଜନଶୀଳତା ଅମୃତ ଉଚ୍ଛାସ ଓ ମଧୁମୟ ପ୍ରୀତିର ଅମଳିନ ଉତ୍ସ ହେଉଛି ରାଉରକେଲା ସାହିତ୍ୟ ସଂସଦ । ମୁଖ୍ୟଅତିଥି ଭାବେ ଯୋଗଦାନ କରି ଶିକ୍ଷାବିତ ପ୍ରଶାନ୍ତ କୁମାର ପତି କହିଲେ ପ୍ରାଥମିକ ସ୍ତରରୁ ଯଦି ପିଲାମାନଙ୍କୁ ଆମ ଭାଷା ସାହତ୍ୟ ସଂସ୍କୃତିକୁ ଶୁଦ୍ଧ ଓ ସରଳ ଭାଷାରେ କିମ୍ବା ପଞ୍ଚତନ୍ତ୍ରର ଗପ ଭଳି ବୁଝାଇ ଦିଆଯିବ ସେମାନେ ଆମ ଭଷାକୁ, ଆମ ସଂସ୍କୃତିକୁ ନିଶ୍ଚିତ ଭଲପାଇବେ । ସଂସଦର ସଂପାଦକ ବିଜୟ କୁମାର ସାହୁ ବାର୍ଷିକ ବିବରଣୀ ସହ ରାଉରକେଲା ସାହିତ୍ୟ ସଂସଦର ଆଭିମୁଖ୍ୟଓ ଏହା ଅନ୍ୟ ସମସ୍ତ ଅନୁଷ୍ଠାନ ଠାରୁ କିପରି ସ୍ୱତନ୍ତ୍ର ତାହା ଦର୍ଶାଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଜୀବେଶ୍ୱରୀ ପଟେଲ ସ୍ୱଭାବ କବି ଗଙ୍ଗାଧରଙ୍କ କବିତାରୁ ଛୋଟ ଛୁଆଙ୍କ ପାଇଁ ସୁନ୍ଦର ଉକ୍ତିମାନ ଉଦ୍ଧର କରିଥିଲେ । ବିଭିନ୍ନ ସ୍କୁଲର କୃତିତ୍ୱହାସଲ କରିଥିବା ୨୫ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରା ଯାଇଥିଲା । ପ୍ରରମ୍ଭରେ ନମ୍ରତା ଡ୍ୟନ୍ସ ଏକାଡେମୀ ,ଅନ୍ୱେଷା ଡ଼ନ୍ସ ଏକାଡେମୀ, ସାଧନା ଡ଼ନ୍ସ ଗ୍ରୃପର ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ ଓ ସାଥିଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ଉପସଭାପତି ରମେଶ ଚନ୍ଦ୍ର ବାରିକ ସ୍ୱାଗତ ଅଭିଭାଷଣ ରଖିଥିଲା ବେଳେ ଗୀତାରାଣୀ ବେହେରା ମଞ୍ଚ ପରିଚାଳନା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ନିରଞ୍ଜନ କରଣଙ୍କ ସଭାପତିତ୍ୱରେ କବିତା ଆସର ଆୟୋଜନ କରାଯାଇଥିଲା, ଏଥିରେ ପ୍ରଧାନ ଶିକ୍ଷକ ସୁଶାନ୍ତ ସିଂ ସମ୍ମାନୀତ ଅତିଥି ଓ ସଂଯୋଜିକା ଭାବରେ କବୀ ନିରୁପମା ନାୟକ, ରୀନାରାଣୀ ସ୍ୱାଇଁ, ସୁଚିସ୍ମିତା ପଣ୍ଡା ଯୋଗଦାନ କରିଥିଲେ । କବି ପଞ୍ଚାନନ ସାହୁ, ଉପେନ୍ଦ୍ର ବସ୍ତିଆ ,ବିଜୟ ମହାପାତ୍ର, ଅକ୍ଷୟ କୁମାର ଧଳ, ନିରଞ୍ଜନ କରଣ, ସସ୍ମିତା ପ୍ରଧାନ, ପ୍ରଶାନ୍ତ କୁମାର ପତି, ଗଙ୍ଗାଧର ପୁହାଣ, ପ୍ରଦୀପ ପଣ୍ଡା, ପର୍ଶୁରାମ ବାରିକ, ବସନ୍ତ ବିଶ୍ବକର୍ମା, ସୁକାନ୍ତି ବାରିକ, ସୁଶାନ୍ତ ସିଂହ ପ୍ରମୁଖ କବିତା ପାଠ କରଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଳକୃଷ୍ଣ ସ୍ୱାଇଁ,ସୂର୍ଯ୍ୟମଣୀ ପଣ୍ଡା, ନିତ୍ୟାନନ୍ଦ ବିଶ୍ୱାଳ,ବିମ୍ବାଧର ପାଢି ଆଦି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସୁଚିତ୍ରା ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.