ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା

ସୁବର୍ଣ୍ଣପୁର, (କେପିଏ୍‌ଏସ୍‌) : ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । ପ୍ରବଳ ଶୀତରେ ରାସ୍ତାକଡ଼ରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା । କେହି ଶିଶୁକନ୍ୟାକୁ ଜନ୍ମ ଦେଇ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ତୁଲୁଣ୍ଡୁପାଲି ଗାଁ ନିକଟ ରାସ୍ତାକଡରେ ମାଟିରେ ପୋତି ଚାଲି ଯାଇଥିଲେ । ହେଲେ ତୁଲୁଣ୍ଡୁପାଲି ଗାଁର ସନ୍ତୋଷ ନଇ ନବଜାତ ଶିଶୁକନ୍ୟାକୁ ଦେଖି ମାଟିରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ପରେ ଅଧିକ ଚିକିତ୍ସା ପାଇଁ ଡାକ୍ତର ତାକୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ଜଣାଇଛନ୍ତି । ସନ୍ତୋଷ ନଇ ଓ ତାଙ୍କ ପତ୍ନୀଙ୍କୁ ଦୀର୍ଘ ୧୭ ବର୍ଷ ହେଲା ତାଙ୍କ ଔରସରୁ ପିଲା ଜନ୍ମ ହେଉନଥିବାରୁ ସ୍ୱାମୀସ୍ତ୍ରୀ ଦୁହେଁ ଏଇ ଅଲୋଡ଼ା ଶିଶୁକନ୍ୟାକୁ କୋଳେଇ ନେବେ ବୋଲି କହିଛନ୍ତି । ତେବେ ମେଡ଼ିକାଲକୁ ବିନିକା ପୋଲିସ ପହଞ୍ଚି ତଦନ୍ତ କରୁଥିବା ସୁଚନା ମିଳିଛି ।

Leave A Reply

Your email address will not be published.