କୋରାପୁଟ : କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏସଏନସିୟୁରୁ ଶିଶୁ ନିଖୋଜ ହୋଇଥିବା ଅଭିଯୋଗ ହୋଇଛିି । ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ ସିଲକଗୁଡ଼ା ଗାଁର ତୁଳସୀନା ଗୌଡ଼ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ପ୍ରସବ ପରେ ମା’ର ମୃତ୍ୟୁ ହେବାରୁ ପରିବାର ଲୋକେ ମୃତଦେହ ଘରକୁ ଆଣିଥିଲେ । ପରେ ମେଡିକାଲ ଯାଇ ନବଜାତକୁ ପରିବାର ଲୋକେ ପାଇନଥିଲେ । ଶିଶୁଟିକୁ କେହି ମେଡିକାଲ ଷ୍ଟାଫ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । କୋରାପୁଟ ଟାଉନ ଥାନାରେ ଲିଖିତ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି ।