jayashree

ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟକ୍ରମରେ ସତର୍କତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡ୍ ପରିସ୍ଥିତିରେ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟକ୍ରମରେ ସତର୍କତା ଅବଲମ୍ବନ କରିବା ପାଇଁ କୁହାଯାଇଛି । ଆଇସିଡିଏସ୍‌ କ୍ଷେତ୍ର କର୍ମଚାରୀ ଓ ହିତାଧିକାରୀମାନେ ପରସ୍ପର ମତ ବିନିୟୋଗ ସମୟରେ ମୁହଁ ଏବଂ ନାକକୁ ଢାଙ୍କି ମାସ୍କ ପନ୍ଧିବେ । ଅଙ୍ଗନବାଡି କର୍ମୀମାନେ ହିତାଧିକାରୀଙ୍କ ଘରକୁ ଯାଇ ଶୁଖିଲା ରାସନ ବଣ୍ଟନ ସମୟରେ ୬ଫୁଟ୍‌ ଦୂରତା ବଜାୟ ରଖିବେ । କର୍ମଚାରୀ ଓ ହିତାଧିକାରୀ ସାବୁନରେ ଅତି କମ୍‌ରେ ୪୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବେ । ରାଜ୍ୟ ସୂଚନା ଓ ଲୋକ ସମ୍ପକ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.