centurian jitm

ଆଜିଠାରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଶିମିଳିପାଳ

nschool

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ଆଜିଠାରୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ବନବିଭାଗର ଯଶିପୁର କାଳିଆଣି ଓ ପିଠାବଟାର ଲୁଲୁଙ୍ଗ ପ୍ରବେଶ ଫାଟକ ଦେଇ କୌଣସି ପର୍ଯ୍ୟଟକ ଭିତରକୁ ପ୍ରବେଶ କରିପାରିବେ ନାହିଁ । ବର୍ଷା ତଥା କୋହଲା ପାଗ ପାଇଁ ଶିମିଳିପାଳ ଆଭ୍ୟନ୍ତରିଣ ରାସ୍ତା ବିପଦପୂର୍ଣ୍ଣ ହେବା ଆଶଙ୍କା କରି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ଏହି ଘୋଷଣା କରିଛନ୍ତି । ପର୍ଯ୍ୟଟକମାନେ ତଦାନୁଯାୟୀ ସେମାନଙ୍କ ଗସ୍ତସୂଚୀ ପରିବର୍ତ୍ତନ କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ତେବେ ରାତ୍ରରହଣୀ ପାଇଁ ପୂର୍ବରୁ ବୁକିଂ କରିଥିବା ପର୍ଯ୍ୟଟକଙ୍କ ଲାଗି ଏହି କଟକଣା ନାହିଁ ।

Leave A Reply

Your email address will not be published.