ସଇଁନ୍ତଲା ରେଞ୍ଜ ବନ ବିଭାଗ ପକ୍ଷରୁ ସିଆଲବାହଲିରେ ମହିଳାଙ୍କୁ ସିଲେଇ ମେସିନ୍‌ ପ୍ରଦାନ 

  • ଗାଁର ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ହେଉଛି ଲକ୍ଷ୍ୟ : ରେଞ୍ଜର 

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ସିଆଲବାହାଲି ଗାଁରେ ସଇନ୍ତଲା ରେଞ୍ଜ ବନ ବିଭାଗ ତରଫରୁ ଆମ ଜଙ୍ଗଲ ଯୋଜନା ମାଧ୍ୟମରେ ସିଲେଇ ମେସିନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ଏହି ବୈଠକରେ ନରେଶ ଷାଣ୍ଢ ଅଧକ୍ଷତା କରିଥିବା ବେଳେ ରାଜ କିଶୋର ହରପାଲ ସଇଁନ୍ତଲା ରେଞ୍ଜର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଗାଁର ମହିଳାମାନଙ୍କ ମଧ୍ୟରୁ ଲୋପାମୁଦ୍ରା ଭୋଇ, ସସ୍ମିତା ଚନ୍ଦନ, ଇଲାବତୀ ଚନ୍ଦନ, ଚେତନି ଚନ୍ଦନ, ସୁମିତା ଚନ୍ଦନ, ମଞ୍ଜୁ ବଗର୍ତ୍ତି ଏବଂ ଅର୍ଜୁନ ଚନ୍ଦନ, ସିଦ୍ଧେଶ୍ୱର ଚନ୍ଦନ, ଭୋଲାରାମ ଚନ୍ଦନଙ୍କ ସହ ବନ ବିଭାଗର ଅନ୍ୟ କର୍ମଚାରୀମାନେ ମଧ୍ୟ ଯୋଗ ଦେଇଥିଲେ । ଗାଁର ମହିଳାମାନଙ୍କୁ ସଶକ୍ତ କରିବା ତଥା ଆତ୍ମନିର୍ଭର କରିବା ସକାଶେ ଏହି ଯୋଜନା ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୧୦ଟି ସିଲେଇ ମେସିନ ବଣ୍ଟନ ହେଇଛି । ଆଗକୁ ଆହୁରୀ ୫ଟି ମେସିନ ମଧ୍ୟ ଦିଆଯିବା ସହ ଗାଁରେ ଆହୁରି ମଧ୍ୟ ଉନ୍ନତିମୂଳକ କାର୍ଯ୍ୟ ହେବ ବୋଲି ସଇଁନ୍ତଲା ରେଞ୍ଜର ରାଜ କିଶୋର ହରପାଲ ମତ ପ୍ରକାଶ କରିଛନ୍ତି । 

Leave A Reply

Your email address will not be published.