centurian jitm

ବିଧାୟକଙ୍କ ଦ୍ୱାରା ପିଡବ୍ଲୁଡି ରାସ୍ତାର ଉନ୍ନତିକରଣର ଶିଳାନ୍ୟାସ

nschool

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଅଧିନସ୍ଥ ପତ୍ରାପାଲି ଠାରୁ ଟେଙ୍ଗରା ପିଡବ୍ଲୁଡି ରାସ୍ତାର ଉନ୍ନତିକରଣ ନେଇ ଶନିବାର ଦିନ ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଳାନ୍ୟାସ କରିଛନ୍ତି । ଏହା ପତ୍ରାପାଲି ଛକରୁ ଟେଙ୍ଗରା ୭ କି.ମି. ରାସ୍ତାର ଉନ୍ନତିକରଣ କରାଯିବ । ଏହି କାର୍ଯ୍ୟକ୍ରମରେ ବଡସାଇମରା ପଂଚାୟତ ସରପଂଚ ଶୁକମୁନି ପୁଟେଲ, ଶବର ସିଂ ମାଝି, ନାଥ ହାତୀ, ପ୍ରଦୀପ ଭଘେଲ, ପ୍ରଶାନ୍ତ ମହାନନ୍ଦ ସହ ପଂଚାୟତର ଶତାଧିକ ଲୋକେ ଉପସ୍ଥିତ ଥିଲେ । କଂଟାବାଂଜି ପୂର୍ତ ଡିଭିଜନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଉଦୟନାଥ ଚୌଧୁରୀ, ସହକାରୀ ଯନ୍ତ୍ରୀ ବେଦବ୍ୟାସ ଭୋଇ ସହ ଅନ୍ୟ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.