centurian jitm

ତୁଷୁରା ଏନ୍‌ଏ‌ସି ସ୍ତରୀୟ ଶିକ୍ଷା ସଚେତନତା ରଥକୁ ଉଦଘାଟନ କଲେ ଅଧ୍ୟକ୍ଷ ଅଜୟ ଜୟଶ୍ୱାଲ

nschool

ତୁଷୁରା,(କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କର ଯୋଜନାନୁଯାୟୀ ଗୁଡଭେଲା ବ୍ଲକ୍‌ ବିଭିନ୍ନ କ୍ଲଷ୍ଟରକୁ ଶିକ୍ଷା ସଚେତନତା ରଥ ପରିକ୍ରମା କରି ପ୍ରବେଶ ଉତ୍ସବ ଓ ଖଡିଛୁଆଁ ପାଇଁ ଜନ ସଚେତନତା ସୃଷ୍ଟି କରୁଛି । ଏହି କ୍ରମରେ ଆଜି ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ରଥ ପହଞ୍ଚିବା ପରେ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶଙ୍କ ନେତୃତ୍ୱରେ ବିଦ୍ୟାଳୟ ତରଫରୁ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏନ୍‌ଏସି ଅଧ୍ୟକ୍ଷ ଅଜୟ ଜୟଶ୍ୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନାଲିଫିତା କାଟି ରଥକୁ ଉଦଘାଟନ କରିବା ପରେ ରଥ ତୁଷୁରା କ୍ଲଷ୍ଟରର ସମସ୍ତ ସରକାରୀ ସ୍କୁଲ ଓ ପଡା ପରିକ୍ରମା କରିଥିଲା । ଏଥିରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ରାଧା ରମଣ କେଡିଆ ଓ ତାଙ୍କ ଧର୍ମପତ୍ନୀ ଊଷା କେଡିଆ ଯୋଗଦେଇଥିବା ବେଳେ ପର୍ଯ୍ୟବେକ୍ଷକ ଭାବେ ସିଆର୍‌ସିସି ଜଗମୋହନ ତ୍ରିପାଠୀ ଯୋଗ ଦେଇଥିଲେ । ସହକାରୀ ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାସ, ରଞ୍ଜିତା ନାଗ, ବିନ୍ଦୁ ମାହାଣା ଓ ଆକାଂକ୍ଷା ରାଣୀ ଯୋଶୀ ସହଯୋଗ କରିଥିଲେ ।

Leave A Reply

Your email address will not be published.