oom

ଜ୍ଞାନ ଜ୍ୟୋତି ମାତା ସାବିତ୍ରୀବାଇ ଫୁଲେ ମହାସଂଘ ତରଫରୁ ଶିକ୍ଷା ଦିବସ ପାଳନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜ୍ଞାନ ଜ୍ୟୋତି ମାତା ସାବିତ୍ରୀବାଇ ଫୁଲେ ମହାସଂଘ, ବଲାଙ୍ଗିର ତରଫରୁ ମାତା ସାବିତ୍ରୀବାଇ ଫୁଲେ୍‌କ ଜନ୍ମ ଦିବସକୁ ଶିକ୍ଷା ଦିବସ ରୂପେ କରାଯାଇଛି । ଏହି ସମାବେଶରେ ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି, ପୌରାଧ୍ୟକ୍ଷା ଲିକା ସାହୁ ସମ୍ମାନିତ ଅତିଥି, ମୁଖ୍ୟବକ୍ତା ମହାସଂଘ ପ୍ରତିଷ୍ଠାତା ରୁପାଳୀ ମହାନନ୍ଦ, ଜବାହାର କଲେଜ ପାଟଣାଗଡ ଅଧ୍ୟକ୍ଷା ସୁଶ୍ରୀ ଆଏସା ବାନୁ, ଦେଓଗାଁ କଲେଜ ଅଧ୍ୟାପିକା ସନ୍ଧ୍ୟାରାଣୀ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ଅନୁପମା ମାଝୀ, ଡଠ ବ୍ରେଡି ସ୍ରୀ ସୌମ୍ୟ, ସଂଘ ସଭାପତି କୌଶଳୀ କୁମ୍ଭାର, ମଂଚାସୀନ ଥିଲେ ଏବଂ ମୋନାଲିସା ମହାନନ୍ଦ ସୁପରିଚାଳନା କରିଥିଲେ । ଏହି ସମାବେଶରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଭାପତି ସତ୍ୟ ନାରାୟଣ ଭୋଇ, ଭୁବନ ନାଗ, ପ୍ରମିଳା ନାଗ, ରୁକ୍ମଣୀ ବାଗ, ମମତା ଦୀପ, ଲକ୍ଷ୍ମୀ କୁମ୍ଭାର, ସୁଭଦ୍ରା ଶିକା, ବବିତା ନାଗ, ବବି ନନ୍ଦ, ସୁରଭି ହରିପାଲ, ରିଙ୍କି ନାଗ, ସୁବର୍ଣ୍ଣ ଜାଳ, ପୁଷ୍ପାଞ୍ଜଳି ନାଗ, ଅହଲ୍ୟା ନାଗ, ପ୍ରମୁଖ ସଂଘର ସଭ୍ୟାମାନେ ଉପସ୍ଥିତ ଥିଲେ । ଏହି ସମାବେଶ ବିଶେଷ ଭାବରେ ବିଭିନ୍ନ କ୍ଷେତ୍ରରେ ସ୍ୱତନ୍ତ୍ର ଅବଦାନ ଥିବା ବ୍ୟକ୍ତି ବିଶିଷ୍ଟଙ୍କୁ ସମ୍ମାନିତ କରାଯାଇଥିଲା । ଯଥା ସାମ୍ବାଦିକତା କ୍ଷେତ୍ରରେ କୋଶଳ ପ୍ରବାଭାର ସମ୍ପାଦକ ଆନନ୍ଦ ଚନ୍ଦ୍ର ସାହୁ, ପ୍ରକୃତି ମିତ୍ର ଉପେନ୍ଦ୍ର ବାଗ, ଆମ୍ବେଦକରବାଦୀ ରାଜେନ୍ଦ୍ର ସୁନା କୃତି ଛାତ୍ର, ମନିଷ ବାରିଙ୍କୁ ସମ୍ମାନିତ କରାଯାଇଥିଲେ । ଶେଷରେ ରିଙ୍କି ନନ୍ଦ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.