centurian jitm

ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ-ପ୍ରଶିକ୍ଷକ କର୍ମଶାଳା ଉଦ୍‌ଯାପିତ

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ସହରର ଶ୍ରୀରାମନଗରରେ ଅବସ୍ଥିତ ସହରର ୧ ନମ୍ବର ସଂସ୍କୃତିଧର୍ମୀ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଗତ ୯ ତାରିଖରେ ଶିକ୍ଷକ ପ୍ରଶିକ୍ଷକ କର୍ମଶଳା ଉଦ୍‌ଘାଟିତ ହୋଇଛି । ବିଦ୍ୟାଭାରତୀର ଯୋଜନା ପ୍ରୋତ୍ସାହନାରେ ଅନୁଷ୍ଠିତ ଗଞ୍ଜାମ ଓ ଗଜପତି ଜିଲ୍ଲାର ଶିକ୍ଷକ ପ୍ରଶିକ୍ଷକ ତିନିଦିନିଆ ଏହି କାର୍ଯ୍ୟଶାଳାରେ ସର୍ବମୋଟ ୧୫ଜଣ ବିଜ୍ଞ ପ୍ରଶିକ୍ଷକ ପ୍ରଶିକ୍ଷଣ କ୍ଷେତ୍ରରେ ଅଂଶଗ୍ରହଣ କରିଛନ୍ତି ଏବଂ ଏହି ପ୍ରଶିକ୍ଷଣ କାର୍ଯ୍ୟଶାଳାରେ ୧୨୫ ଜଣ ଶିକ୍ଷାର୍ଥୀ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲା ପ୍ରମୁଖ ମୁଖ୍ୟ ଉପେନ୍ଦ୍ର ପଣ୍ଡା ପ୍ରଦୀପ ପ୍ରଜ୍ୱଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ସହ ତାଙ୍କ ବକ୍ତବ୍ୟରେ ରାଷ୍ଟ୍ର ଶିକ୍ଷାନୀତିକୁ ସାର୍ବଜନୀନ କରିବା ଆମର ଦାୟୀତ୍ବ ବୋଲି କହିଥିଲେ । ଗଞ୍ଜାମ ବିଭାଗ ନୀରିକ୍ଷକ ସରୋଜ ପଟ୍ଟନାୟକ ଅତିଥିଙ୍କ ପରିଚୟ ଦେଇ ସ୍ଵାଗତ ଭାଷଣ ଦେଇଥିଲେ । ମୁଖ୍ୟ ଅତିଥି ରୂପେ ପ୍ରାନ୍ତ-ପରୀକ୍ଷା ସହକାରୀ ସଂଯୋଜକ (ଶିକ୍ଷାବିକାଶ ସମିତି, ଭୁବନେଶ୍ୱର) ରୁଦ୍ରନାରାୟଣ ବେହେରା ଯୋଗଦେଇ ନୂତନ ଶିକ୍ଷାନୀତିରେ ଲାଗୁ ହେବା ଦ୍ୱାରା ଶିଶୁର ବିକାଶ ସମ୍ଭବ ଯଥେଷ୍ଟ ବୋଲି ତାତ୍ତ୍ଵିକ ଆଲୋଚନା ଦେଇଥିଲେ । ବିଦ୍ୟାଳୟର ସଭାପତି ଉପେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କର୍ମଶାଳାରେ ହାଇକୋର୍ଟ ଓକିଲ ତଥା ସମ୍ପାଦକ ଶ୍ରୀପଦ୍ମ ଚରଣ ସାହୁ ପ୍ରଥମ ଦିନର ସେମିନାର ସକ୍ରୀୟ ଅଂଶଗ୍ରହଣ କରିଥିବା ପ୍ରବୀଣ ପ୍ରଶିକ୍ଷଣ ପ୍ରଶିକ୍ଷକଙ୍କୁ ଧନ୍ୟବାଦ ସହ ସାଧୁବାଦ ଜଣାଇଥିଲେ । ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ, କୋଷାଧ୍ୟକ୍ଷ ଏ.ରାବଣା ରାଓ ଏହି ତିନିଦିନିଆ ପ୍ରଶିକ୍ଷଣ କର୍ମଶଳାରେ ସହଯୋଗ କରିଥିଲେ । କର୍ମଶାଳାର ଦ୍ୱିତୀୟ ଦିବସରେ ଛତ୍ରପୁରର ବରିଷ୍ଟ ଗୋଷ୍ଠୀ ଶିକ୍ଷାଧିକାରୀ ଅବିନାଶ ଶତପଥୀ (OES-S) ଯୋଗଦେଇ ଜାତୀୟ ଶିକ୍ଷାନୀତି ଉପରେ ଆଲୋକପାତ କରିଥିଲେ । ସଦସ୍ୟ ରାମ ପ୍ରସାଦ ପଟ୍ଟନାୟକ, ଦକ୍ଷିଣ ପୂର୍ବ ସମ୍ଭାଗର ସମ୍ଭାଗ- ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ (ଫୁଲବାଣୀ ବିଭାଗ), ନିରୀକ୍ଷକ ରଞ୍ଜନ କୁମାର ପ୍ରଧାନ, ସମ୍ଭାଗ ଶିଶୁ ବାଟିକା ଶୈକ୍ଷିକ ସଂଯୋଜକ ଅରୁଣ କୁମାର ବାଗ, ବ୍ରହ୍ମପୁରର ରାମହରି ନଗର ଶିଶୁବିଦ୍ୟା ମନ୍ଦିରର ଉପସଭାପତି ପିତାମ୍ବର ପାତ୍ର ପ୍ରମୁଖ ଯୋଗଦେଇ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ପ୍ରଶିକ୍ଷଣର ତୃତୀୟ ଦିବସରରେ ପୋଲସରା ଶିଶୁବିଦ୍ୟାମନ୍ଦିରର ପ୍ରଧାନଆଚାର୍ଯ୍ୟ ଏ.ଲିଙ୍ଗରାଜ ତୃଣମୂଳସ୍ତରୀୟ ଶିକ୍ଷଣ ସମ୍ବଳ ଉପରେ ଆଲୋଚନା ଉପସ୍ଥାପିତ କରିଥିବା ବେଳେ ଭୋକେସନାଲ କ୍ଲାସରେ ରୁଦ୍ରନାରାୟଣ ବେହେରା, ପୁରୁଷୋତ୍ତମପୁରର ପ୍ରଧାନଆଚାର୍ଯ୍ୟ ଶିଶିର ମହାପାତ୍ର ଦକ୍ଷତା ବିକାଶ ଉପରେ ଆଲୋଚନା ଉପସ୍ଥାପିତ କରିଥିଲେ । ଶେଷରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସମ୍ପର୍କରେ ଗୁରୁଜୀ ଦୀପକ କୁମାର ଦାଶ୍ (ଛତ୍ରପୁର)ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଆଧୂନିକତାର ତାଳ ଦେଇ ଶିଶୁମାନଙ୍କର ଉନ୍ନତ ଓ ଶୃଙ୍ଖଳିତ ମାର୍ଗ ପ୍ରଦାନରେ ଏହି ତିନିଦିନିଆ ପ୍ରଶିକ୍ଷଣ ଉଚିତ ଫଳ ପ୍ରଦତ୍ତ ହେବ ଏବଂ ଉତ୍ତମ ଦିଗ ଦର୍ଶନ ଦେବ ବୋଲି ମତପ୍ରକାଶ ପାଇଛି । ଉଦଯାପନୀ ସମାରୋହରେ ଆୟୋଜକ ଛତ୍ରପୁର ଶିଶୁବିଦ୍ୟାମନ୍ଦିର ପକ୍ଷରୁ ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ୍ ସମସ୍ତ ଅତିଥି, ପ୍ରଶିକ୍ଷଣ ଗୌଣ, ଶିକ୍ଷକ-ପ୍ରଶିକ୍ଷକଙ୍କ ପରିଚୟ ପ୍ରଦାନ ସହ ସ୍ୱାଗତ ସମ୍ଭାଷଣ ଦେଇଥିଲେ । ବିଭାଗ ପ୍ରମୁଖ ସରୋଜ ପଟ୍ଟନାୟକ ପ୍ରଶିକ୍ଷଣର ବୃତ୍ତ ପଠନ କରିଥିଲେ । ସମ୍ପାଦକ ପଦ୍ମଚରଣ ସାହୁ, ପ୍ରାନ୍ତପରୀକ୍ଷା ସହ-ସଂଯୋଜକ ରୁଦ୍ରନାରାୟଣ ବେହେରା, ସହ-ଜିଲ୍ଲା ପ୍ରମୁଖ ବିପନ ଚନ୍ଦ୍ର ପଟ୍ଟନାୟକ, ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ସଂକୁଳ ପ୍ରମୁଖ ଜେ. କୁର୍ମା ରାଓ, ସଦସ୍ୟ ରାମପ୍ରସାଦ ପଟ୍ଟନାୟକ, ସଦସ୍ୟା ଶ୍ରୀମତୀ ସୁନୀତା ସେଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନା କରିଥିଲେ । ଶେଷରେ ଅନୁଷ୍ଠାନର ସଭାପତି ଉପେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । କୋଷାଧ୍ୟକ୍ଷ ଏ.ରାବଣା ରାଓ ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.