ଚଙ୍ଗରିଆ ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ଶିକ୍ଷକ ପ୍ରମୋଦ କୁମାର ଧରୁଆଙ୍କ ପରଲୋକ

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଧରୁଆଙ୍କ ‌ସ୍ୱାମୀ ଶିକ୍ଷକ ପ୍ରମୋଦ କୁମାର ଧରୁଆଙ୍କ ଆଜି ଭୁବନେଶ୍ଵର ସ୍ଥିତ ଏମସ ହସ୍ପିଟାଲରେ କରୋନରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ସ୍ଵର୍ଗତ ଧରୁଆଙ୍କ ଦେହ ଅସୁସ୍ଥ ହେବାରୁ ପ୍ରଥମେ ପାଟଣାଗଡ଼ ପରେ ‌ସ୍ୱାସ୍ଥ୍ୟ ବସ୍ଥା ବିଗିଡିବାରୁ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ‌ସ୍ୱର୍ଗତ ଶ୍ରୀ ଧରୁଆ ୩୫ ବର୍ଷ ବୟସ ହେଉଥିଲା । ତାଙ୍କର ପଛରେ ବାପା, ମାଁ, ସ୍ତ୍ରୀ, ୬ ବର୍ଷ ଝିଅ, ୩ ବର୍ଷ ପୁଅ ଓ ପରିବାର ବର୍ଗଙ୍କୁ ଛାଡି ଯାଇଛନ୍ତି । ସ୍ୱର୍ଗତ ଶ୍ରୀ ଧରୁଆ ଶାନ୍ତ, ଶିଷ୍ଠ, ପରୋପକାର, ମେଳାପୀ ବ୍ୟକ୍ତି ଥିଲେ । ତାଙ୍କର ଅକାଳ ବିୟୋଗରେ ଶିକ୍ଷକ ମହଲ ତଥା ଗ୍ରାମ ଚଙ୍ଗରିଆ ପଞ୍ଚାୟତ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.