ସୁନାମଧନ୍ୟ ଶିକ୍ଷକ ନିତ୍ୟାନନ୍ଦ ସାହୁଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ବ୍ଲକ ଅନ୍ତର୍ଗତ କାଶିପାଣି ଗ୍ରାମର ଯୁବ ଶିକ୍ଷକ ନିତ୍ୟାନନ୍ଦ ସାହୁଙ୍କ ପଦ୍ମପୁର ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଅକାଳ ବିୟୋଗ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କ ୪୧ ବର୍ଷ ବୟସ ହେଉଥିଲା । ତାଙ୍କ ପଛରେ ଧର୍ମପତ୍ନୀ ସବିତା, ଝିଅ ଝରଣା (ଖୁସି) ୮ ବର୍ଷ ଓ ସାନ ପୁଅ ଅନିସ୍ (୨ ବର୍ଷ) ଓ ବାପାଙ୍କୁ ଛାଡି ଚାଳି ଯାଇଛନ୍ତି । ତାଙ୍କ ବିୟୋଗରେ ନିତ୍ୟାନନ୍ଦପୁର ଓ ଝାରବନ୍ଧ ବ୍ଲକର ସମସ୍ତ ଶିକ୍ଷକ ଓ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ଘନିଷ୍ଠ ବନ୍ଧୁ ମନୋରଞ୍ଜନ ବି‌ଶ୍ୱାଳ ଗଭୀର ଶୋକ ପ୍ରକାଶ କରିବା ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.