jayashree

ପଦ୍ମପୁରରେ ଜାତୀୟ ଶିକ୍ଷା ଦିବସ ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ଶିକ୍ଷା ବିଭାଗ ଦ୍ଵାରା ସ୍ଵାଧୀନ ଭାରତର ପ୍ରଥମ ଶିକ୍ଷା ମନ୍ତ୍ରୀ ମୌଲାନା ଅବ୍‌ଦୁଲ କଲାମ ଆଜାଦଙ୍କ ଜନ୍ମ ଦିବସ ଉପଲକ୍ଷେ ଜାତୀୟ ଶିକ୍ଷା ଦିବସ-୨୦୨୩ ଉତ୍ସବ ତଥା “Embracing Innovations” ଉପରେ ଏକ ଆଲୋଚନାଚକ୍ର ସମ୍ମିଳନୀ ପ୍ରକୋଷ୍ଠ (ସ୍ମାର୍ଟ କ୍ଲାସରୁମ୍)ରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମହାବିଦ୍ୟାଳୟର ଅଧକ୍ଷ ଡଃ ଲଳିତେନ୍ଦୁ ନାୟକ ସଭାପତିତ୍ୱ କରିଥିଲେ । ଅଞ୍ଚଳ ମହାବିଦ୍ୟାଳୟର ଶିକ୍ଷା ବିଭାଗର ପୂର୍ବତନ ବିଭାଗୀୟ ମୁଖ୍ୟ ପ୍ରୋଫେସର ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ । କାର୍ଯ୍ୟକ୍ରମଟି ଦୀପ ପ୍ରଜ୍ୱଳନ ସହିତ ଛାତ୍ରଛାତ୍ରୀମାନଙ୍କର ସ୍ବାଗତ ସଙ୍ଗୀତ ଦ୍ଵାରା ଆରମ୍ଭ ହୋଇଥିଲା । ପ୍ରଥମେ ବିଭାଗୀୟ ମୁଖ୍ୟ ଡ଼ଃ ତୁଷାରକାନ୍ତ ସାହୁ ଅତିଥି ପରିଚୟ କରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଏହା ପରେ ମୁଖ୍ୟ ଅତିଥି ପ୍ରୋଫେସର ଶ୍ରୀ ସାହୁ ନିଜର ଅଭିଭାଷଣରେ ରାଷ୍ଟ୍ର ଗଠନ ଦିଗରେ ଶିକ୍ଷାର ଭୂମିକା ଉପରେ ଦୃଷ୍ଟି ଆକର୍ଷଣ କରି ଉଦାହରଣ ମାଧ୍ୟମରେ ନିଜ ବିଚାରକୁ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମର ସଭାପତି ତଥା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ନାୟକ ‘ଧାରଣୀୟ ବିକାଶ (Sustainable Development) ଦିଗରେ ଶିକ୍ଷାର ଭୂମିକା” ଉପରେ ଶିକ୍ଷାର୍ଥୀମାନଙ୍କୁ ଅବଗତ କରାଇଥିଲେ । ସଭା ଶେଷରେ ବିଭାଗୀୟ ଅଧ୍ୟାପକ ଡ଼ଃ ଭେଙ୍କଟେଶ୍ୱର ମେହେର ଶିକ୍ଷାର୍ଥୀ ଜୀବନରେ ଜ୍ଞାନର ଆହରଣ ସହିତ ତାର ପ୍ରୟୋଗ ହେଉଛି ଶିକ୍ଷାର ମୁଖ୍ୟ ଲକ୍ଷ୍ୟ ବୋଲି ମନ୍ତବ୍ୟ ଦେଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାକୁ ଯୁକ୍ତ ତିନି ତୃତୀୟ ବର୍ଷର ଛାତ୍ର ନିମାଇ ସାହୁ ପରିଚାଳନା କରିଥିଲେ । ଏହି ସଭାରେ ମହାବିଦ୍ୟାଳୟର ପ୍ରାଧ୍ୟାପକ ଲଳିତ ମୋହନ ପଣ୍ଡା, ଡ଼ଃ ବିରଞ୍ଚି ସାହୁ, ଅଧ୍ୟାପକ ପ୍ରଶାନ୍ତ ସିଦାର, ଡ଼ଃ ପ୍ରଦୀପ କୁମାର ପଣ୍ଡା, ଲଲାଟେନ୍ଦୁ ପ୍ରଧାନ ଏବଂ ଓମ୍ ପ୍ରକାଶ ସତନାମୀଙ୍କ ସହ ସମସ୍ତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.