ଭିଜିଲାନ୍ସ ଜାଲରେ ସଇଁତଲା ଶିକ୍ଷା ବିଭାଗର ଆକାଉଣ୍ଟାଣ୍ଟ : ୧୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଶିକ୍ଷା ବିଭାଗରେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ଅଜୟ ଖୁଣ୍ଟିଆ ଭିଜିଲାନ୍ସ ଜାଲରେ ପଡିଛନ୍ତି । ଜଣେ ଶିକ୍ଷକଙ୍କଠାରୁ ୧୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗିର ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଛି । ପ୍ରକାଶଯୋଗ୍ୟ ଯେ, ଆକାଉଣ୍ଟାଣ୍ଟ ଜଣକ ଶିକ୍ଷକ ସହଦେବ ଦନ୍ତାଙ୍କ ଡିଏ, ଏରିଅର ଏବଂ ନୂଆ ପେନ୍‌ସନ୍‌ ଟଙ୍କା କରାଇଦେବା ପାଇଁ ୧୮ ହଜାର ଟଙ୍କା ଦାବୀ କରିଥିଲେ । ଏନେଇ ଶିକ୍ଷକ ଜଣକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଆଜି ଯୋଜନା ମୁତାବକ ସେ ୧୮ ହଜାର ଟଙ୍କା ଆକାଉଣ୍ଟାଣ୍ଟଙ୍କୁ ଦେଇଥିଲେ । ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ୍‌ ଚଢ଼ଉ କରି ଆକାଉଣ୍ଟାଣ୍ଟଙ୍କୁ ଗିରଫ କରିଥିଲା । ଏଥିସହ ୧୮ ହଜାର ଟଙ୍କା ତାଙ୍କ ପକେଟରୁ ଜବତ କରିଥିଲେ ।

Leave A Reply

Your email address will not be published.