ଜୀବନ କୌଶଳ ଦକ୍ଷତା ତାଲିମ ଶିବିର

ଆଗଲପୁର, (ସୁଶିଲ ମିଶ୍ର) : ଆଗଲପୁର ବ୍ଲକ ବଡଟିକା ପଂଚାୟତ କନଫରେନ୍ସ ହଲଠାରେ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ) ଏବଂ AESPIRE ତରଫରୁ ବଡ଼ଟିକା ଗ୍ରାମ ପଂଚାୟତ ଗାଁ ଗୁଡ଼ିକର କିଶୋରୀ ସଂଘର ଲିଡରଙ୍କୁ ନେଇ ଜୀବନ କୌଶଳ ଦକ୍ଷତା ତାଲିମ ଅନୁଷ୍ଠିତ ହଇଯାଇଛି । ଏହି କାର୍ଯ୍ୟକ୍ରମରେ କିଶୋରୀମାନେ କିଭଳି ଜୀବନ କୌଶଳ ଦକ୍ଷତା ଅବଲମ୍ବନ କରି ନିଜ ଜୀବନକୁ ସରସ ସୁନ୍ଦର କରିପାରିବେ ତଥା ସବୁଜ ପନିପରିବା ଓ ପୃଷ୍ଟିକର ଖାଦ୍ୟ ଏବଂ ଶରୀର ଗଠନକାରୀ ଖାଦ୍ୟକୁ ଗୁରୁତ୍ୱ ଦେବା ସହ ପରିଷ୍କାର, ପରିଚ୍ଛନ୍ନତା ଉପରେ ସଚେତନ କରା ଯାଇଥିଲା । ପାଞ୍ଚଟି ମାଡୁଲ ଯଥା, କିଶୋରୀ ସଂଘ ଗଠନ, ଚିନ୍ତନ ଦକ୍ଷତା, ବୁଝାମଣା ଦକ୍ଷତା, ପୃଷ୍ଟିକର ଖାଦ୍ୟ ଓ ପରିଷ୍କାର ପରିଚ୍ଛନ୍ନତା ଉପରେ ବିଭିନ୍ନ ଗୀତ, ଗପ, ନାଚ କାର୍ଯ୍ୟକ୍ରମ ମାଧ୍ୟମରେ କିଶୋରୀମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ପ୍ରାରମ୍ଭରେ ପ୍ରହଲ୍ଲାଦ ପଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅଭିଜିତ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୁଶାନ୍ତ ସା ଓ ନମିତା ପଧାନ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.