oom

ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ମୂନିନ୍ଦା ପଞ୍ଚାୟତ ମୋ ପାଠାଗାର ପରିସରରେ ଶନିବାର ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ଆବାହକ ତଥା ଯୁବ ସମାଜସେବୀ ରାଧାମୋହନଙ୍କ ସହାୟତାରେ ମୂନିନ୍ଦା ସରପଞ୍ଚ ଶେଷଦେବ ବାରିକଙ୍କ ତତ୍ଵାବଧାନରେ ଏହି ଶିବିର ଆୟୋଜନ କରାଯାଇଥିଲା । ହାଇଟେକ ମେଡିକାଲ କଲେଜ, ଭୁବନେଶ୍ଵର ସହଯୋଗରେ ଅସ୍ଥିଶଲ୍ୟ ବିଭାଗର ଡକ୍ଟର ରତିକାନ୍ତ ବେହେରା, ଚକ୍ଷୁ କର୍ଣ୍ଣ ନାସା ଗଳା ବିଭାଗର ଡକ୍ଟର ଏଲିଜା ବେହେରା, ଭେଷଜ ବିଭାଗର ଡକ୍ଟର କମଳ ପ୍ରଧାନ, ଦାନ୍ତ ବିଭାଗର ଡକ୍ଟର ଆକାଂକ୍ଷା ସାହୁ, ଡକ୍ଟର ଆନନ୍ଦିତା ସ୍ୱାଇଁ, ସ୍ତ୍ରୀ ରୋଗ ଓ ପ୍ରସ୍ତୁତି ବିଭାଗର ଡକ୍ଟର ଅରୋଶ୍ମିତା ସାମଲ, ହାଇଟେକ ମେଡିକାଲ କଲେଜର ମୁଖ୍ୟ ପ୍ରଶାସନିକ ଅଧିକାରୀ ମାଲକୀନ ବେହେରା ପ୍ରମୁଖ ଶିବିରରେ ଯୋଗ ଦେଇଥିଲେ । ବିଭିନ୍ନ ବିଭାଗର ୨୫୫ ଜଣ ରୋଗୀ ଏହି ଶିବିରରେ ନାମ ପଞ୍ଜିକରଣ କରିଥିଲେ । ସେମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଓ ଔଷଧ ଯୋଗାଇ ଦିଆଯାଇଥିଲା । ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ବିଡିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ଉପାଧ୍ୟକ୍ଷ ଦୁର୍ବାଷା ନିଶଂକ ଶିବିର ପରିଦର୍ଶନ କରିବା ସହ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୂନିନ୍ଦା ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ଦୁର୍ଗା ଚରଣ ରାଉତରାୟ, ସ୍ଥାନୀୟ ସମିତି ସଭ୍ୟ ସ୍ଵର୍ଣ୍ଣଲତା ସେଠି ଓ ମଞ୍ଚର କାର୍ଯ୍ୟକର୍ତ୍ତା ଚଣ୍ଡେଶ୍ୱର ଦାଶ, ଧନେଶ୍ଵର ପରିଡା, ସଦାଶିବ ପରିଡା, ସୁରେଶ ମହାରଣା, ମନୋଜ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ । ଶେଷରେ ମଞ୍ଚର ଆବାହକ ତଥା ଯୁବ ସମାଜସେବୀ ରାଧାମୋହନ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.