jayashree

ବେଲପଡାଠାରେ ବ୍ଲକସ୍ତରୀୟ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ଜନ ଶୁଣାଣି ଶିବିର

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ପରିସରରେ ଆଜି ବ୍ଲକସ୍ତରୀୟ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକଙ୍କ ସମସ୍ୟା ସମ୍ପର୍କରେ ବୁଝିଥିଲେ ଓ ସମାଧାନର ବାଟ ବାହାର କରିଥିଲେ । ସମ୍ମାନିତ ଅତିଥି ଭାବେ ପ୍ରୋଜେକ୍ଟ ଡାଇରେକ୍ଟର ଶୁଶାନ୍ତ ସିଂ, ଡିଏଫ୍‌ଓ ନିତିଶ କୁମାର, ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ, ତହସିଲଦାର ପ୍ରଶାନ୍ତି ପ୍ରଧାନ, ବେଲପଡା ବ୍ଲକ ଅଧ୍ୟକ୍ଷା କୁମାରୀ ଟିନା କୁମ୍ଭାର, ଉପାଧ୍ୟକ୍ଷ ଦୁର୍ଯ୍ୟୋଧନ କୁମ୍ଭାର, ବିଡ଼ିଓ ଭିକ୍ଟୋର ସୋରେଙ୍ଗ ଉପସ୍ଥିତ ଥିବା ବେଳେ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ବେଲପଡା ବ୍ଲକ କାର୍ଯ୍ୟାଳୟର ସାମାଜିକ ସୁରକ୍ଷା ଅଧିକାରୀ ସୁରଜ ପଟେଲ, ଜିପିଇଓ ଗୋବିନ୍ଦ ଭୋଇ, ପିଏ ରୁକ୍ମଣ ନାଗ, ଡବ୍ଲୁଇଓ ଜାନକୀ ବଲ୍ଲଭ ପଟ୍ଟନାୟକ, ସିନିଅର କ୍ଲାର୍କ ପ୍ରଦ୍ୟୁମ୍ନ ମିଶ୍ର, ଜୁନିୟର କ୍ଲାର୍କ ସସ୍ମିତା ବାରଲେବଡିଆ, ପିଇଓ ପ୍ରଭାସିନୀ ବେହେରା, ପିଇଓ ଅନୁରାଧା ସାହୁ, ନିରୋଜ ଭୋଇ, ଡିଇଓ ଦେବେନ୍ଦ୍ର ସେଠ ଓ ଅସିତ୍ ବେହେରା ଓ ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରିଥିବା ବେଳେ ବେଲପଡା ଥାନା ଭାରପ୍ରାପ୍ତ ବୁଳୁ ମୁଣ୍ଡା ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ବେଲପଡା ଅଞ୍ଚଳର ୭୩ଟି ସମସ୍ୟା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଏହି ସମସ୍ୟାର ସମାଧାନ ପାଇଁ ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବେଲପଡା ବ୍ଲକ ପରିସରରେ କାର୍ଯ୍ୟ ସାରି ବେଲପଡା ବ୍ଲକ ସିହିନୀ ପଞ୍ଚାୟତକୁ ଯାଇ ସରକାରୀ ଯୋଜନା ଉପରେ ଲୋକଙ୍କୁ ସଚେତନତା କରିଥିଲେ ଏବଂ ବର୍ତ୍ତମାନ ଦାଦନ ଋତୁ ହୋଇଥିବା ବେଳେ ବାହାର ରାଜ୍ୟକୁ ଦାଦନ ନଯାଇ ସରକାରୀ ଯୋଜନାରେ କାର୍ଯ୍ୟକରି ନିଜ ଅଞ୍ଚଳରେ ରହିବାକୁ ପରାମର୍ଶ ଦେଇଥିଲେ । ଉପଖଣ୍ଡ ଲୋକ ସୂଚନା ଅଧିକାରୀ ସଞ୍ଜିବ ମହାନ୍ତି ପରିଚାଳନା କରିଥିଲେ ।

Leave A Reply

Your email address will not be published.