ପୁଇଁନ୍ତଲା ବ୍ଲକସ୍ତରୀୟ ଫୁଟବଲ୍‌ ଖେଳାଳି ଚୟନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାମଜୀ ହାଇସ୍କୁଲ କୁରୁଲ ଠାରେ ପୁଇଁନ୍ତଲା ବ୍ଲକ ହାଇସ୍କୁଲସ୍ତରୀୟ ଫୁଟବଲ୍‌ ସିଲେକ୍‌ସନ ଖେଳ ଅନୁଷ୍ଠିତ ହୋଇଯାଇଛି । ଏହି ଖେଳ ରାଜକୁମାର ପାଣିଗ୍ରାହୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପୁଇଁନ୍ତଲା ବ୍ଲକ ର ଏବିଇଓ ଦୁର୍ବାଦଳ ମିଶ୍ର ଅତିଥି ଭାବରେ ଯୋଗ ଦେଇଥିଲେ । କୁରୁଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଖେଳରେ ଦେବୀ ପ୍ରସାଦ ରାଉତ, ବୁଦ୍ଧିରାଜ ବିଶ୍ୱାଳ, ପ୍ରବୀଣ କୁମାର ପଣ୍ଡା, ସସ୍ମିତା ଗଡତିଆ, ସୌଭାଗ୍ୟ କୁମାର ପୁଜାରୀ ଯୋଗ ଦେଇଥିଲ । ଖେଳକୁ ପରିଚାଳନା କରିଥିଲେ ସୁଶାନ୍ତ ନାଗ, ସୁଖିରାଜ ବିଶ୍ୱାଲ, ସୁରେଶ କର୍ଣ୍ଣ, ପ୍ରଦ୍ୟୁମ୍ନ ରାଉତ, ମହଡ ବାରିକ । ସଭାକାର୍ଯ୍ୟ ଓ ଧନ୍ୟବାଦ ଅର୍ପଣ କରିଥିଲେ କୁରୁଲ ହାଇସ୍କୁଲର ଶିକ୍ଷକ ଦିଗାମ୍ବର ନାଏକ । ଏହି ଶିବିରରେ ୩୦ ଜଣ ଝିଅ ଏବଂ ୭୦ ଜଣ ପୁଅ ଯୋଗ ଦେଇଥିଲେ ।

Leave A Reply

Your email address will not be published.