ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ବ୍ଲକ ଝରଣିପାଲି ରାଜୀବ ଭବନ ପରିସରରେ ପଂଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ସୁନିତା ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଶିବିରରେ ଏବିଡିଓ ରୁଦ୍ରପ୍ରସାଦ ସୁନା ଆଗଲପୁର ସ୍ୱାସ୍ଥ୍ୟ ଅଧିକାରୀ ଡା. ଧୀରେନ୍ଦ୍ର ମେହେର ସିଡିପିଓ ଶୁଭଶ୍ରୀ ମିଶ୍ର ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିପିଓ ଦେବରାଜ ତାଣ୍ଡି ବିଏସ୍ଏସ୍ଓ ଶୁଶାନ୍ତ ମହାକୁର ଏପିଓ ଜଗତଜିତା ସେଠି ଅଭିରାମ ସାହୁ, ଜ୍ଞାନରଞ୍ଜନ ସା ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏଥିରେ ମୋଟ ୧୬ଟି ଅଭିଯୋଗ ଉପରେ ଶୁଣାଣି କରାଯାଇଥିଲା । ଭତ୍ତା, ଆବାସ ଗୃହ, ସୁଭଦ୍ରା, ସମ୍ପର୍କରେ ଅଭିଯୋଗ ସବୁ ଆସିଥିଲା । ସୂଚନା ଯୋଗ୍ୟ ଯେ, ପ୍ରଶାସନ ପକ୍ଷରୁ ପ୍ରଚାର ପ୍ରସାର ଅଭାବ କାରଣରୁ ଜନ ଅଭିଯୋଗ ଶୁଣାଣି ସମ୍ପର୍କରେ ଜନସାଧାରଣ ଜାଣି ପାରୁନାହାନ୍ତି । ଅନ୍ୟ କ୍ଷେତ୍ରରେ ଅଭିଯୋଗ ଦେଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ଲୋକେ ଆଉ ଅଭିଯୋଗ କରିବାକୁ ଆସୁ ନଥିବା ଜଣାଯାଇଛି ।