ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକଙ୍କ ଆଦେଶ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ଅଧକ୍ଷଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ତରଫରୁ ସ୍ଥାନୀୟ ଉତ୍କଳ ବାଳାଶ୍ରମ ସୋନପୁର ଠାରେ ବାଳିକା ମାନଙ୍କ ଅଧିକାର ବିଷୟ ତଥା ବାଲ୍ୟ ବିବାହ ମୁକ୍ତ ଭାରତ (NALSA-ASHA) ବିଷୟ ବାବଦରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁରର ଭାରପ୍ରାପ୍ତ ସଚିବ ତଥା ସିଭିଲ କୋର୍ଟ ରେଜିଷ୍ଟ୍ରାର ଶ୍ରୀମତୀ ପ୍ରଜ୍ଞା ପାରମିତା ପ୍ରତିହାରୀ, କିଶୋର ନ୍ୟାୟ ବୋର୍ଡର ସଦସ୍ୟ ଶ୍ରୀମତୀ ରଂଜିତା ସାହୁ, ପାରା ଲିଗାଲ ସ୍ୱେଚ୍ଛାସେବୀ ଶ୍ରୀମତୀ ଗୀତାଞ୍ଜଳି ରଣା ଶ୍ରୀମତୀ ଜ୍ୟୋତିଶ୍ରୀ ବେହୁରା ଏବଂ ଅନୁପମା ମିଶ୍ର ଯୋଗ ଦେଇଥିଲେ । ଶ୍ରୀମତୀ ପ୍ରଜ୍ଞା ପାରମିତା ପ୍ରତିହାରୀ ବାଳିକା ମାନଙ୍କ ଆଇନଗତ ଅଧିକାର ବିଷୟ ଉପରେ ସମସ୍ତଙ୍କୁ ଅବଗତ କରିଥିଲେ । କିଶୋର ନ୍ୟାୟ ବୋର୍ଡର ସଦସ୍ୟ ଶ୍ରୀମତୀ ରଂଜିତା ସାହୁ ବାଲ୍ୟ ବିବାହ ଉପରେ ଥିବା ବିଭିନ୍ନ ଆଇନ ଉପରେ ଆଲୋକପାତ କରିଥିଲେ ।
Prev Post