ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ସ୍ୱାଭିମାନ ପରିବାର ବଲାଙ୍ଗିର ତରଫରୁ ଆଗଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମେଡିକାଲ ଅଫିସର୍ ଧୀରେନ୍ଦ୍ର କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଆଗଲପୁର ଥାନା ଅଧିକାରିଣୀ ଅନିତା ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠିତ ଶିବିରରେ ୪୦ ଜଣ ରକ୍ତଦାତା ରକ୍ତଦାନ କରିଥିଲେ । ସ୍ୱାଭିମାନ ପରିବାରର ସଞ୍ଜୀବ ସାହୁ, ସୌରଭ ବିଶ୍ୱାଳ, ଜ୍ୟୋତି ପ୍ରକାଶ ପଟେଲ, ଯୋଗେଶ୍ୱର ସାହୁ, ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଦ୍ୱାରା କାର୍ଯ୍ୟକ୍ରମ ସଫଳ ହୋଇଥିଲା । ବିଜ୍ଞାନ ଶିକ୍ଷକ ତାରାକାନ୍ତ ମିଶ୍ର, ସି.ଆର୍.ସି.ସି. ରମେଶ ତ୍ରିପାଠୀ, ସନୋଜ କୁମ୍ଭାର ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।