ପିଏମ୍‌ଶ୍ରୀ ମହାରାଜା ଉଚ୍ଚ ବିଦ୍ୟାଳୟରେ ନାମ ଲେଖା ତାଲିମ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ପିଏମ୍‌ଶ୍ରୀ ମହାରାଜା ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ମୁକ୍ତ ବିଦ୍ୟାଳୟ (ଏସ୍‌ଆଇଓଏସ୍‌ ) ଓ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ (ଏନ୍‌ଆଇଓଏସ୍‌)ରେ ନାମଲେଖା ପାଇଁ ମେଗା ନାମଲେଖା ଓ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ମୁକ୍ତ ବିଦ୍ୟାଳୟର ଯୁଗ୍ମ ନିର୍ଦ୍ଦେଶକ ବିଶ୍ୱନାଥ ସାହୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ମିନାରାଣୀ ମଙ୍ଗଳ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ମିଶ୍ର, ପଞ୍ଚସଖା ଶିକ୍ଷା ସେତୁର ସଭାପତି ଗୋରେଖନାଥ ସାହୁ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନର ଅନୁଲିତା ମିଶ୍ର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକିର ଭୋଇ, କୃଷ୍ଣଚନ୍ଦ୍ର ପଣ୍ଡା, ସମସ୍ତ ସିଆର୍‌ସିସି ଆମ ବିଦ୍ୟାଳୟର ସୁଶ୍ରୀ ମିଶ୍ର, ଶୁଭଶ୍ରୀ ପ୍ରଧାନ, ଶିବାଶିଷ ମିଶ୍ର, ଜଗମୋହନ ସେନାପତି ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସଫଳ ହୋଇଥିଲା । ଏହି ଶିବିରରେ ଉଭୟ ଏସ୍‌ଆଇଓଏସ୍‌ ଓ ଏନ୍‌ଆଇଓଏସ୍‌ରେ ଛାତ୍ରଛାତ୍ରୀମାନେ ନାମ ଲେଖାଇଥିଲେ। ଶେଷରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.