ଫାଇଲେରିଆ ନିରାକରଣ ଅଭିଯାନ : ଦର୍ଲିପାଲି ନିରାମୟ ହସ୍ପିଟାଲରେ ଦ୍ଵିତୀୟ ପର୍ଯ୍ୟାୟ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ସୁନ୍ଦରଗଡ଼ ଓ ଏନ.ଟି.ପି.ସି ଦର୍ଲିପାଲି ସ୍ଥିତ ନିରାମୟ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ଫାଇଲେରିଆ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରୁ ହାଇଡ୍ରୋସିଲ ଅପରେସନ୍ ଏକ ମୁଖ୍ୟ କାର୍ଯ୍ୟକ୍ରମ ଅଟେ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ସୁନ୍ଦରଗଡ଼ ଓ ନିରାମୟ ହସ୍ପିଟାଲ, ଦର୍ଲିପାଲିର ମିଳିତ ଉଦ୍ୟମ କ୍ରମେ ଅନୁଷ୍ଠିତ ହୋଇଥିବା ଏହି ଶିବିରରେ ମୋଟ ୨୧ଜଣ ବ୍ୟକ୍ତିଙ୍କର ହାଇଡ୍ରୋସିଲ ଅସ୍ତ୍ରୋପଚାର ହୋଇଯାଇଛି । ଲେଫ୍ରିପଡ଼ା ବ୍ଲକ ଓ ହେମଗିର ବ୍ଲକର ରୋଗୀମାନଙ୍କୁ ଏହି ଶିବିରକୁ ଅଣାଯାଇଥିଲା । ନିରାମୟ ହସ୍ପିଟାଲ ଦର୍ଲିପାଲିର ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା. ଅପରାଜିତା ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଏନ.ଟି.ପି.ସି ଦର୍ଲିପାଲି ତରଫରୁ ରୋଗୀ ମାନଙ୍କୁ ଖାଇବା, ପିଇବା, ଔଷଧ, ମଶାରୀ ଓ ବେଡସିଡ୍ ମାଗଣାରେ ପ୍ରଦାନ କରାଯାଇଥିଲା । ଏନ.ଟି.ପି.ସି ଦର୍ଲିପାଲି ତରଫରୁ ଏଚ.ଓ.ପି. ଫାଇଜ ତୟବ, ଏଚ.ଓ. ଏଚ.ଆର ଶ୍ରୀମତୀ ପ୍ରଭାତୀ ସିଂହ, ନବୀନ ଅମିତାଭ ବକ୍ସଲା ଓ ଅନ୍ୟାନ୍ୟ ଅଧିକାରୀଗଣ ଯୋଗଦାନ କରିଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଡା. ସୁରେଶ ଚନ୍ଦ୍ର ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ସୁନ୍ଦରଗଡ଼ ସରକାରୀ ମେଡ଼ିକାଲ କଲେଜରୁ ଡ଼ା. ପ୍ରଦୀପ ଭୋଇ । ଡ଼ା. ମହାନ୍ତି ତାଙ୍କର ଅଭିଭାଷଣରେ ଏହା କହିଥିଲେ ଯେ, କ୍ୟୁଲେକ୍ସ ମଶା କାମୁଡିବା ଦ୍ୱାରା ଫାଇଲେରିଆ ତଥା ହାଇଡ୍ରୋସିଲ ସାଧାରଣତଃ ହୋଇଥାଏ । ଏହି ମଶା କାମୁଡିବାର ୫ରୁ ୧୫ ବର୍ଷ ମଧ୍ୟରେ ଗୋଦର ଗୋଡ ଏବଂ ଅଣ୍ଡକୋଷ ବୃଦ୍ଧି ହେବାର ସମ୍ଭାବନା ଥାଏ । ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ବସନ୍ତ କୁମାର ପଣ୍ଡା, ଭେକ୍ଟର ବାହିତ ରୋଗ ବୈଷୟିକ ପର୍ଯ୍ୟବେକ୍ଷକ ଜ୍ୟୋସ୍ନା ନାଏକ ଓ ସୁବାଷ ଚନ୍ଦ୍ର ପ୍ରଧାନ ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.