ଖପ୍ରାଖୋଲରେ ଜିଲ୍ଲାପାଳଙ୍କ ଅଭିଯୋଗ ଓ ସମାଧାନ ଶିବିର

  • ୫୭ଟି ଅଭିଯୋଗର ଶୁଣାଣୀ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସ୍ଥାନୀୟ ବ୍ଲକ ସଭାଗୃହରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଅଭିଯୋଗ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତରଣି ସୁନା, ପାଟଣାଗଡ଼ ଉପ ଜିଲ୍ଲାପାଳ ସୁନୀଲ କୁମାର ମେହେର, ପାଟଣାଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ସଦାନନ୍ଦ ପୁଝାରୀ, ବିଡ଼ିଓ ବିବେକାନନ୍ଦ ଷଡଙ୍ଗୀ ଯୋଗଦେଇଥିଲେ । ଏହି ଅବସରରେ ୪୬ଟି ଗୋଷ୍ଠିଗତ ଓ ୧୧ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ଜଣାଯାଇଛି । ଅନ୍ୟପଟେ ସକାଳ ୧୦ରୁ ଦିନ ଗୋଟାଏ ପର୍ୟ୍ୟନ୍ତ ଅନୁଷ୍ଠିତ ହୋଇଥିବା ଜନ ଅଭିଯୋଗ ଶୁଣାଣିକୁ ଜିଲ୍ଲାପାଳ ବିଳମ୍ବରେ ଆସିଥିଲେ ମଧ୍ୟ ଜନସାଧାରଣ ତାଙ୍କୁ ଅପେକ୍ଷା କରି ହନ୍ତସନ୍ତ ହୋଇ ସେମାନଙ୍କ ଅଭିଯୋଗ ପତ୍ର ଦେବା ସାର ହୋଇଛି । ବିଳମ୍ବରେ ପହଞ୍ଚି ମଧ୍ୟ କେବଳ କିଛି ସମୟ ରହି ଅଭିଯୋଗ ଶୁଣି ଚାଲିଯାଇଥିଲେ । କିଛି ଲୋକ ତାଙ୍କର ଅଭିଯୋଗ ପତ୍ର ଦାଖଲ କରିପାରି ନଥିବା ଦେଖିବାକୁ ମିଳିଛି । ସେହିପରି ଯେଉଁ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ନେଇ ଏହି ଜନ ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମ କରାଯାଇଛି ସେମାନେ ଦିନ ଗୋଟାଏ ପରେ ପହଞ୍ଚିବାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ଅବସରରେ ପଞ୍ଚାୟତ ରାଜ, ସାମାଜିକ ସୁରକ୍ଷା, ଯୋଗାଣ, ଶିକ୍ଷା, କୃଷୀ, ଉଦ୍ୟାନ କୃଷି ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ସତ୍ୟ ସୁନ୍ଦର ରାଉତରାୟ, ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜକିଶୋର ନାଏକ, ଜିପିଡ଼ିଓ ପରମେଶ୍ୱର ନାଏକ, ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତର, ଲାଠୋର ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ସମେତ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଅଧିକାରୀଙ୍କ ତୁଳନାରେ ଅଭିଯୋଗକାରୀ କମ ଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.