ପୁଇଁତଲା ବ୍ଲକ ସ୍ତରୀୟ ଫୁଟବଲ ଚୟନ ଶିବିର

  • “ଫୁଟବଲ ଖେଳ ଆମକୁ ଏକତା ଶିକ୍ଷା ଦିଏ”

ପୁଇଁତଲା, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡ଼ା ଖେଳ ପଡିଆ ଠାରେ ୧୭ବର୍ଷରୁ କମ ବାଳକ ଓ ବାଳିକା ମାନଙ୍କର ବ୍ଲକ ସ୍ତରୀୟ ଫୁଟବଲ ଖେଳାଳି ଚୟନ ଶିବିର ଅନୁଷ୍ଠିତ ହୋଇଥିଲା । ବ୍ଲକର ୪ଟି ଜୋନ ବିଲେଇସର୍ଡା, ବହଲପଦର, ମହିମୁଣ୍ଡା ଓ ଛତାପିପଲର ୮୦ଜଣ ଖେଳାଳି ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୁଇଁତଲା ବ୍ଲକ ଶିକ୍ଷା ଅଧିକାରୀ ରତ୍ନମୟୀ ପୁରୋହିତ ଯୋଗଦେଇ ଫୁଟବଲ ଖେଳ ଆମକୁ ଏକତା ଶିକ୍ଷା ଦେଇଥାଏ ଏବଂ ଏହି ଖେଳରେ ସର୍ବଦା ଆମକୁ ସତର୍କ ଓ ସ୍ଫୁର୍ତି ରହିବାକୁ ପଡିଥାଏ ବୋଲି ନିଜ ବକ୍ତବ୍ୟରେ କହିଥିଲେ । କ୍ରୀଡା ସମ୍ପାଦକ ସୁଶାନ୍ତ ନାଗ ଏହି ଚୟନ ଶିବିରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ପ୍ରଧାନ ଶିକ୍ଷକ ସ୍ୱାଧୀନ ସାହୁ, ପ୍ରଫୁଲ୍ଲ ସାହୁ, ବିନୋଦ ସୁନା, ଦିଲୀପ ବାରିକ, ଭାଗିରଥି ବାଗ, ସ୍ଥାନୀୟ ସରପଞ୍ଚ ସୁଶାନ୍ତ ଛତ୍ରିଆ, ଏସଏମସି ସଭାପତି ଅନନ୍ତ ବିଶ୍ୱାଳ ପ୍ରମୁଖ ମଂଚାସୀନ ଥିଲେ । କାର୍ଯ୍ୟକ୍ରମର ସଂଯୋଜନା ସୁଧାଂଶୁ ଶେଖର ପ୍ରଧାନ କରିଥିବା ବେଳେ ଶିକ୍ଷୟତ୍ରୀ ପ୍ରତିଶା ମିଶ୍ର ଧନ୍ୟବାଦ ଦେଇଥିଲେ । ରେଫରୀ ଭାବେ ସୁଖିରାଜ ବିଶ୍ୱାଳ, ଲାଇନ ମ୍ୟାନ ଭାବେ ସଚ୍ଚିଦାନନ୍ଦ ସାହୁ, ମିତ୍ରଭାନୁ ବିଶ୍ୱାଳ, ସନତ ଭୋଇ ଓ ରଜତ ଭୋଇ ଦାୟିତ୍ୱ ନିର୍ବାହ କରିଥିଲେ । ଏହି ଶିବିର ପରିଚାଳନାରେ କ୍ରୀଡା ଶିକ୍ଷକ ଯଶୋବନ୍ତ ନାଏକ, ନିରୋତ୍‌ତ୍ତମା ବିଶ୍ୱାଳ, ରଶ୍ମିତା ବିଶ୍ୱାଳ, ସରିତା ମେହେର, ସତ୍ୟଜିତ ବିଶ୍ୱାଳ, ସୁମତି ପଧାନ, ମମତା ମିଶ୍ର, ବସନ୍ତ ଷାଣ୍ଢ, ସଂକେତ ଯୋଶୀ, ହରେକୃଷ୍ଣ ନାଏକ, ପ୍ରେମାନନ୍ଦ ବିଶି, ଦେବୀ ପ୍ରସାଦ ରାଉତ ପ୍ରମୁଖ ସହଯୋଗ କରିଥିଲେ । ବାଳକ ମାନଙ୍କ ମଧ୍ୟରେ ୧୬ ଜଣ ଓ ବାଳିକା ମାନଙ୍କ ମଧ୍ୟରେ ୧୭ଜଣଙ୍କୁ ଏହି ଶିବିରରେ ଚୟନ କରାଯାଇଥିଲା । ଏହି ଶିବିରରେ ଚୟନ ହୋଇଥିବା ଖେଳାଳି ମାନେ ଆସନ୍ତା ୩୦, ୩୧ ଓ ୦୧ ତାରିଖ ପର୍ଯ୍ୟନ୍ତ ଦେଓଗାଁ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ନୋଡାଲ ଉଚ୍ଚ ବିଦ୍ୟାଳୟ, ଉପରଝର ଠାରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଫୁଟବଲ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ।

Leave A Reply

Your email address will not be published.