ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ମିଶନ ଶକ୍ତି ଭବନ ବଲାଙ୍ଗିରରେ ଘରୋଇ ହିଂସା ଆଇନ ୨୦୦୫ ଏବଂ ଯୌତୁକ ନିରୋଧ ଆଇନ ୧୯୬୧ ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ତହସିଲଦାର, ଆଗଲପୁର ନବୀନ କିଶୋର ପାଢୀ, ତହସିଲଦାର ଲୋଇସିଂହା ଶ୍ରୀମତୀ ସଙ୍ଘମିତ୍ରା କାଲୋ, ତହସିଲଦାର ପୁଇଁତଲା ଗୌରବ କୁମାର ବର୍ଗେ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ସୁଷମା ମହାପାତ୍ର, ସମସ୍ତ ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ, ମହିଳା ସହାୟତା କେନ୍ଦ୍ର, ପୋଲିସ ବିଭାଗ, ଶିକ୍ଷୟିତ୍ରୀ ,ସ୍କୁଲ ଏବଂ କଲେଜ ଛାତ୍ରୀ, ଏସ୍ଏଚ୍ଜି ସଦସ୍ୟା, ଏନ୍ଜିଓ – ନାରୀ ଶକ୍ତି ଫାଉଣ୍ଡେସନ୍, ପଲ୍ଲୀ ଆଲୋକ ପାଠାଗାର, ନଅଗାଁର ସଦସ୍ୟ ବୃନ୍ଦଙ୍କ ସମେତ ୱାନ୍ ଷ୍ଟପ୍ ସେଣ୍ଟର ଏବଂ ଶକ୍ତି ସଦନ ତଥା Women Empowerment Staff ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଡିଏସ୍ଡବ୍ଲ୍ୟୁଓ ଶ୍ରୀମତୀ ସୁଷମା ମହାପାତ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଡିଏଲ୍ଏସ୍ଏ ସେକ୍ରେଟାରୀ ପବିତ୍ରନନ୍ଦ ପ୍ରଧାନ Domestic Violence Actର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ଓ ପ୍ରଶିକ୍ଷାର୍ଥୀମାନେ ପ୍ରଶ୍ନ ପଚାରି ବୁଝିଥିଲେ । କାର୍ଯ୍ୟକ୍ରମର ଦ୍ଵିତୀୟ ପର୍ଯ୍ୟାୟରେ ସଞ୍ଜୟ ମିଶ୍ର (Ex-CWC President) Dowry Prohibition Act – ୧୯୬୧ ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଥିଲେ । ଯୌତୁକ ନିରୋଧ ଆଇନ ତଥା ଏ ସମ୍ବନ୍ଧୀୟ ପ୍ରଚଳିତ ଦଣ୍ଡ ବିଧାନ ଉପରେ ଆଲୋକପାତ କରିଥିଲେ । ପୋଲିସ ସବ୍ଇସ୍ପେକ୍ଟର ଶ୍ରୀମତୀ ସଂଗୀତା ବେକ ଟାଉନ ଥାନା ଓ ମୋହିନୀ ମଲ୍ଲିକ ପୁଇଁତଲା ଥାନା ଯୌତୁକ ନିରୋଧ ପାଇଁ ସରକାରୀ ଦଣ୍ଡ ବିଧାନ ସମ୍ପର୍କରେ ବୁଝାଇ ଥିଲେ । ବିଭିନ୍ନ ସ୍କୁଲ ଓ କଲେଜରୁ ଆସିଥିବା ଛାତ୍ରୀ ବୃନ୍ଦ ଘରୋଇ ହିଂସା ଏବଂ ଯୌତୁକ ନିରୋଧ ଆଇନ ବାବଦରେ ପ୍ରଶ୍ନ ପଚାରି ବୁଝିଥିଲେ । କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ୱାନ୍ ଷ୍ଟପ୍ ସେଣ୍ଟର ଏବଂ ଶକ୍ତି ସଦନର କାଉନସିଲର ଦୈନିକ କ୍ରମରେ ଆସୁଥିବା ଘରୋଇ ହିଂସାର ବିଭିନ୍ନ କେସ ବିଷୟ ରେ ଆଲୋକପାତ କରିଥିଲେ । ଶକ୍ତି ସଦନର Resident Superintendent ମଧ୍ୟ ଘରୋଇ ହିଂସା କିପରି ଭାବରେ ମହିଳା ମାନଙ୍କ କ୍ଷେତ୍ର ରେ ବଢିଚାଲିଛି ଏବଂ ଶକ୍ତି ସଦନ ଏ ଦିଗରେ କିପରି ସହାୟକ ହୋଇ ପାରୁଛି, ଆଲୋଚନା କରିଥିଲେ ।ନାରୀ ଶକ୍ତି ଫାଉଣ୍ଡେସନ୍ର ସେକ୍ରେଟାରୀ ନୂତନ ଦାସ ନାରୀ ମାନଙ୍କ ସ୍ଵାବଲମ୍ବନଶୀଳତା ଉପରେ ଗୁରୁତ୍ଵାରୋପ କରିଥିଲେ । ପରିଶେଷରେ PO-Cum-PO ଶ୍ରୀମତୀ ସୁଜାତା ଦୋରା ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରିଥିଲେ ।
Next Post