ଜାତୀୟ ସେବା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାର ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ କୁଶଙ୍ଗ ଠାରେ ପ୍ରୋଗ୍ରାମ ଅଫିସର ଡ. ଲକ୍ଷ୍ମଣ ମେହେରଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହା ୧୯. ୦୯. ୨୦୨୫ରୁ ୨୫. ୦୯. ୨୦୨୫ ପର୍ଯ୍ୟନ୍ତ ସାତ ଦିନ ବ୍ୟାପି ଚାଲିବ । ଏହି କାର୍ଯ୍ୟକ୍ରରେ ୫୦ ଜଣ ସ୍ୱେଚ୍ଛାସେବୀ ସାମିଲ ହୋଇ ପୌଷ୍ୟ ଗ୍ରାମ୍ୟ ବୁରୋମୁଣ୍ଡା ଏବଂ କଲେଜ କ୍ୟାମ୍ପସର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିବେ । ବୁରୋମୁଣ୍ଡା ଗ୍ରାମରେ ବୃକ୍ଷର ମହତ୍ତ୍ୱ ଓ ପରିବେଶ ସନ୍ତୁଳନ ଉପରେ ସ୍ୱେଚ୍ଛାସେବୀମାନେ ଲୋକଙ୍କ ନିକଟକୁ ଯାଇ ସଚେତନ କରିବେ । ଆଜିର କାର୍ଯ୍ୟକ୍ରମରେ ସଂସ୍କୃତ ଅଧ୍ୟାପକ ଅନନ୍ତ କୁମାର ଆର୍ଯ୍ୟ ଅତିଥି ଭାବେ ଯୋଗଦେଇ ପିଲାଙ୍କୁ ଉଦବୋଧନ ରଖିଥିବା ବେଳେ ସ୍ୱେଚ୍ଛାସେବୀ ନେତ୍ର ରଞ୍ଜନ ବରିହା ପିଲାଙ୍କୁ ଶୃଙ୍ଖଳିତ ଭାବେ କାମ କରିବା ପାଇଁ ପ୍ରରୋଚନା ଦେଇଥିଲେ । ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗ ଥିଲା ।

Leave A Reply

Your email address will not be published.