ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଧନ ସୁଲୀ ମଣ୍ଡି ପରିସର ମଧ୍ୟରେ ମାତା ଆମୃତାନନ୍ଦମୟୀ ମଠ କଳାହାଣ୍ଡି ଶାଖା ଓ ଭବାନୀପାଟଣା ସ୍ଥିତ ବାଳ ଗୋପାଳ ସେବା ନିକେତନର ଉଦ୍ୟମ କ୍ରମେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇ ଯାଇଛି । ଶିବିରରେ ଚକ୍ଷୁ ପରୀକ୍ଷା ଓ ରକ୍ତ ଶର୍କରା ପରୀକ୍ଷଣ କରାଯାଇ ଚଷମା ଓ ଔଷଧ ବଣ୍ଟନ କରାଯାଇଥିଲା । ମାତା ଆମୃତାନନ୍ଦ ମୟୀଙ୍କ ଖାଦ୍ୟ, ବସ୍ତ୍ର, ସେବା, ସତସଙ୍ଗଓ ସ୍ୱାସ୍ଥ୍ୟ ଏହି ପଞ୍ଚ ଧର୍ମକୁ ଅଗ୍ରାଧିକାର ଦିଆଯାଉଥିବା ବେଳେ ଆଜିର କାର୍ଯ୍ୟକ୍ରମରେ ଏକ ହଜାରରୁ ଅଧିକ ଜନ ସାଧାରଣ ଓ ମାଆ ମାନେ ଉପସ୍ଥିତ ଥିଲେ । ଏହି ପଞ୍ଚ ଧର୍ମ ପାଳନ ଅବସରରେ ମାନବ ସେବାକୁ ଦୃଢ଼ତାର ସହିତ ପାଳନ କରିବା ପାଇଁ ଆହ୍ୱାନ ଦିଆ ଯାଇଥିଲା । ସମାରୋହରେ ସ୍ୱାମୀ ନିତ୍ୟମୁକ୍ତା ନନ୍ଦ ସରସ୍ଵତୀ, ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମାଜ ଦେବୀ ଶେଷ ଦେବ ବେହେରା, ଡାକ୍ତର ଅଶୋକ କୁମାର ମୁଣ୍ଡ, ଡାକ୍ତର ଆୟୋଧ୍ୟାନାଥ ବେହେରା, ଡାକ୍ତର ଅନୁସୁୟା ଦାସ, ଡାକ୍ତର ଅଭିଷେକ ଜଗଦୀଶ, ରବୀନ୍ଦ୍ରନାଥ ବେହେରା, ସୁନିଲ କୁମାର ପଣ୍ଡା, ଶଙ୍କର କୁମାର ଅଗ୍ରୱାଲ, ସାମ୍ବାଦିକ ଅଶ୍ରଫ ଅଲ୍ଲୀ, ପବିତ୍ର ରାଉତ, ଅମିୟ ସାହୁ, ଧନୁର୍ୟ ବେହେରା, ରଶ୍ମୀ ରଞ୍ଜନ ସାହୁ, ପ୍ରମୁଖ ଉପସ୍ଥିତ ଥିବା ବେଳେ ଭବାନୀପାଟଣା ବାଳ ଗୋପାଳ ସେବା ନିକେତନ ର ଅଧ୍ୟକ୍ଷ ହେମନ୍ତ କୁମାର ମୁଣ୍ଡ ଓ ସାଥୀ ମାନେ ପରିଚାଳନା କରିଥିଲେ । ଧନ ଶୁଲି ନେତାଜୀ କ୍ଲବ ର ସଦସ୍ୟ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।
