ଶକ୍ତି ସଂରକ୍ଷଣ ଏବଂ ଧାରଣୀୟ ଭବନ ସଂହିତା (ଇସିଏସ୍ବିସି) ନିୟମ ଏବଂ ଅନୁପାଳନ ପ୍ରକ୍ରିୟା ଉପରେ ଦୁଇ ଦିନିଆ ତାଲିମ ଶିବିର
ରାଉରକେଲା, (ସସ୍ମିତା ପ୍ରଧାନ) : ଇଆଇସି (ବିଦ୍ୟୁତ)-ମଙ୍କଜ୍ଞ-ଚଉଋଓ ଏବଂ ରାଜ୍ୟ ନିର୍ମିତ ଏଜେନ୍ସି (ଏସ୍ଡିଏ) କାର୍ଯ୍ୟଳେୟ ଅଧୀନରେ କାର୍ଯ୍ୟ କରୁଥିବା ବିଲିଂ ସେଲ୍, ୨୦ ଏବଂ ୨୧ ଜୁଲାଇ ୨୦୨୫ରେ ଇସିଏସ୍ବିସି ନିୟମ ଏବଂ ଅନୁପାଳନ ପ୍ରକ୍ରିୟା ଉପରେ ଏକ ଦୁଇଦିନିଆ ତାଲିମ ଶିବିର ସଫଳତାର ସହ ରାଉରକେଲା ମ୍ୟୁନିସିପାଲ କର୍ପୋରେସନର କାଉନସିଲ୍ ହଲ୍ ରେ ଆୟୋଜନ କରିଥିଲା । ଏହି କାର୍ଯ୍ୟକ୍ରମରେ ରାଉରକେଲା ମ୍ୟୁନିସିପାଲ କର୍ପୋରେସନ, ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ, ସୁନ୍ଦରଗଡ଼, ରାଜଗାଙ୍ଗପୁର ଏବଂ ବୀରମିତ୍ରପୁର ପୌରପାଳିକା, ଆଇଡ଼ିସିଓ, ପୂର୍ତ୍ତ ବିଭାଗ, ୱାଟକୋ, ନିଟ୍ ରାଉରକେଲା, ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ଅଂଶଏବଂ ଶକ୍ତି ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଆରଏମସି ଯୁଗ୍ମ କମିଶନର ପଲ୍ଲବୀ ନାୟକ, ଓଏଏସ୍(ଏସ୍ବି) ଉଦଘାଟନ କରିଥିଲେ । ଇଆଇସି (ବିଦ୍ୟୁତ)- ସହ-ପିସିଇଆଇ ଏବଂ ରାଜ୍ୟ ଡେଜିଗେନେଟେଡ୍ ଏଜେନ୍ସି (ଏସ୍ଡ଼ିଏ) ଓଡିଶା କାର୍ଯ୍ୟାଳୟର ଅଧୀକ୍ଷକ ଯନ୍ତ୍ରୀ (ବିଦ୍ୟୁତ)-ସହ-ଉପ- ବିଦ୍ୟୁତିକ ପରିଦର୍ଶକ ଯନ୍ତ୍ରୀ ବିକାଶ ମହାପାତ୍ର ସ୍ୱାଗତ ଭାଷଣ ଦେଇ ଋଉଝଈଉ କୋଡ୍ ବିକଶିତ କରିବା ପାଇଁ ଟଖଈ ସହିତ ସହଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ତାଙ୍କର ଉଦଘାଟନୀ ଭାଷଣରେ, ଜଗଉ ଯୁଗ୍ମ କମିଶନର କୋଡ୍ଗୁଡ଼ିକର ସୁଗମ କାର୍ୟ୍ୟାନ୍ଵୟନ ପାଇଁ କୋଠା କ୍ଷେତ୍ରର ହିତାକାରୀମାନଙ୍କ ଦ୍ବାରା ଏହି ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଓ ତାଲିମ ଅଧିବେଶନଗୁଡ଼ିକ ଶକ୍ତି ଦକ୍ଷତା ବ୍ୟୁରୋ ର ମାଷ୍ଟର ଟ୍ରେନର ଶ୍ରୀ ରାଣା ପ୍ରତାପ ପୋଦ୍ଦାର ଏବଂ ଶ୍ରୀ କୁମାର ବିପ୍ଳବଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିଲା ଓ କାର୍ୟ୍ୟକ୍ରମରେ ବାଣିଜ୍ୟିକ ଏବଂ ଆବାସିକ କୋଠା ପାଇଁ (ଇସିଏସ୍ବିସି) କୋଡ୍ ପାଳନ ଉପରେ ବୈଷୟିକ ଅର୍ଦ୍ଧେଶନ, ବିସ୍ତୃତ ଅନୁପାଳନ ପ୍ରକ୍ରିୟା ଏବଂ ଶକ୍ତି ସିମୁଲେସନ ସଫ୍ଟୱେର୍ ତାଲିମ ଅନ୍ତର୍ଭୁକ୍ତ ଥିଲା । ଏହି ତାଲିମ ଏସଡ଼ିଏର ଜାରି ଥିବା ଟ୍ରେନିଂ ଅନୁକ୍ରମରେ ପଦକ୍ଷେପ । ଶକ୍ତି ଦକ୍ଷତା ବ୍ୟୁରୋ (ବିଇଇ) ଦ୍ୱବାରା ପ୍ରକାଶିତ (ଇସିଏସ୍ବିସି) କୋଡ ଅନୁସାରେ ଓଡ଼ିଶା ଶକ୍ତି ସଂରକ୍ଷଣ ବିଲଡିଂ କୋଡ୍ (ଇସିଏସ୍ବିସି) ୨୦୨୨ ର ସଂଶୋଧନ ଦିଗରେ ଏହା ଏକ ସ୍ୱତନ୍ତ୍ର ପଦକ୍ଷେପ । ଆଗାମୀ ମାସଗୁଡ଼ିକରେ ଏସଡ଼ିଏ ଦ୍ୱାରା ଯାଜପୁର, ବ୍ରହ୍ମପୁର, ପୁରୀ ଇତ୍ୟାଦି ପାଇଁ କର୍ମଶାଳା ଯୋଜନା କରାଯାଇଛି । ଅଧିକ ସୂଚନା ଏବଂ ଅଂଶଗ୍ରହଣ ପାଇଁ ଆଗ୍ରହୀ ବ୍ୟକ୍ତିମାନେ ଇଆଇସି(ଇ)କମ୍- ପିସିଇଆଇ (ଓ) କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ ।