ଆର୍‌. ବି ହାଇସ୍କୁଲରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଆର୍‌. ବି ହାଇସ୍କୁଲରେ ପଂଚାୟତ ସମିତି ରାଜବୋଡାସମ୍ବର ଆନୁକୂଲ୍ୟରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ରଞ୍ଜିତ ସିଂ ବରିହା ଓ ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ଦେବତା ଯୋଗଦେଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ବ୍ଲକ ଓ ଏନ୍‌ଏସିର ସମସ୍ତ ଭିନ୍ନକ୍ଷମ ଆସି ବିଭିନ୍ନ ବିଭାଗର ଡାକ୍ତରଙ୍କ ଠାରେ ନିଜ ନିଜ ପରୀକ୍ଷା କରାଇଥିଲେ । ଡାକ୍ତରଙ୍କ ପରାମର୍ଶ ନେଲା ପରେ ତାଙ୍କୁ ଅନଲାଇନ ମାଧ୍ୟମରେ ସାର୍ଟିଫିକେଟ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଏହି ଶିବିରରେ ଶ୍ରବଣ ବାଧିତ ୨୫ ଜଣ, ଅସ୍ଥି ଶଲ୍ୟ ୩୩ ଜଣ, ମେଡ଼ିସିନ ବିଭାଗ ୧୦ ଜଣ, ଦୃଷ୍ଟି ବାଧିତ ୧୩ ଜଣ, ମସ୍ତିଷ୍କ ପକ୍ଷାଘାତ ୧୦ ଚିକିତ୍ସା କରାଯାଇଥିôବା ବେଳେ ବସ୍‌ପାସ୍‌ ୧୬ ଓ ୨୦ ଜଣଙ୍କୁ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏବିଡ଼ିଓ ମେନକା ମେହେର, ବିଏସ୍‌ଏସ୍‌ଓ ଅମିତ କୁମାର ମେହେର, ଏସ୍‌ଓ ସନ୍ତୋଷ କୁମାର ମେହେର, ଜେଏ ରମେଶ ଚନ୍ଦ୍ର ବରିହା, ପିଏ ସନ୍ତୋଷ କୁମାର ବେହେରା, ଏସିପି ରମେଶ କୁମାର ନାୟକ ଓ ବ୍ଲକର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.